ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲା ଗସ୍ତ ଅବସରରେ ସଂଗୃହୀତ ଜନ ଅଭିଯୋଗ ସମାଧାନ ଅଗ୍ରଗତିର ସମୀକ୍ଷା କରିଛନ୍ତି #5T ସଚିବ ଶ୍ରୀ ଭି କେ ପାଣ୍ଡିଆନ। ଏହି ଅବସରରେ ବିଭିନ୍ନ ସମସ୍ୟାର ସମାଧାନ ସମ୍ପର୍କରେ ସଚିବ ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିଛନ୍ତି।
ପାନୀୟ ଜଳ, ବିଦ୍ୟୁତ୍ ସମ୍ପର୍କିତ ବିଭିନ୍ନ ଅଭିଯୋଗର ସମସ୍ଯାର ସମାଧାନ ଉପରେ ସଚିବ ଗୁରୁତ୍ଵ ଦେଇଛନ୍ତି। ଏଥିସହ ବିଭିନ୍ନ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟାନ୍ବୟନରେ ଗୋଷ୍ଠୀ ସହଭାଗୀତାକୁ ପ୍ରାଥମିକତା ଦିଆଯାଇଛି। ଲୋକଙ୍କ ସୁବିଧା ପାଇଁ #5T ଭିତ୍ତିରେ ସମସ୍ୟାର ସମାଧାନ କରିବାକୁ ଜିଲ୍ଲାପାଳମାନଙ୍କୁ ସଚିବ ନିର୍ଦ୍ଦେଶ ଦେଇଛନ୍ତି।




