ଗଁଦିଆ ବ୍ଳକ ର ପୋରୁହଖୋଜ ଗ୍ରାମ ପଞ୍ଚାୟତ ଅଧୀନ ସାନ୍ଦାପଶିପପାଟଣାଗ୍ରାମ ର ଧର୍ମପରାୟଣ ମହିଳା ଚନ ସାହୁ ସେପ୍ଟେମ୍ବର ମାସ ପାଞ୍ଚ ତାରିଖ ପବିତ୍ର ଗୁରୁ ଦିବସ ଦିନ ଇହଲୀଳା ୭୪ବର୍ଷ ବୟସରେ ତାଙ୍କ ବାସଭବନ ରେ ସମ୍ବରଣ କରିଥିଲେ। ତାଙ୍କ ଆତ୍ମୀୟ ସଜନ, ବନ୍ଧୁ ବାନ୍ଧବ ଙ୍କ ଉପସ୍ଥିତି ରେ ପୁଅ ବୋହୁ ନାତି ନାତୁଣୀ ଏକାଦଶାହ କାର୍ଯ୍ୟ ପାଳନ କରିଥିଲେ। ଏହି ଅବସରରେ ଗଁଦିଆ ସ୍ମୃତି ସଂସଦ ତରଫରୁ ସମସ୍ତ କର୍ମକର୍ତ୍ତା ମାନଙ୍କ ସହିତ ସ୍ମୃତି ସଂସଦ ସଭାପତି ତଥା ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ସଭାପତି ହରିହର ସାହୁ ଉପସ୍ଥିତ ହୋଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିବା ସହିତ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ।

April 19, 2026/
No Comments



