( ବରିଷ୍ଟ ସାମ୍ବାଦିକ ସଂଘ ରୁ ଦୁଇ ପ୍ରତିଷ୍ଠାତା ସଭ୍ୟ ଙ୍କ ଇସ୍ତପା )
ଜଗତସିଂହପୁର
ତା =15/9/23
ଜଗତସିଂହପୁର ଜ଼ିଲ୍ଲା ରେ ବିଭିନ୍ନ ସଂଘ ର ସଦସ୍ୟତା ପଦରୁ ବାଦ ପଡ଼ିଥିବା ସାମ୍ବାଦିକ ମାନଙ୍କୁ ନେଇ ନିକଟରେ ବରିଷ୍ଟ ସାମ୍ବାଦିକ ସଂଘ ମୁଣ୍ଡ ଟେକିଥିଲା | ଏହି ସଂଘ ର ଆଭିମୁଖ୍ୟ ଥିଲା ସମ୍ପୂର୍ଣ ନିଆରା | ଅନ୍ୟାନ୍ୟ ସଂଘ କେବେ ଯାହା କାର୍ଯ୍ୟ କରିପାରୁ ନ ଥିଲେ ବରିଷ୍ଟ ସାମ୍ବାଦିକ ସଂଘ ତାହା କାର୍ଯ୍ୟ ରେ କରି ଦେଖାଇବ ବୋଲି ସଂକଳ୍ପ ନେଇଥିଲେ | ଏଥିପାଇଁ ବରିଷ୍ଟ ସାମ୍ବାଦିକ ମାନଙ୍କ ର ନାର୍ଯ୍ୟ ଦାବି ହାସଲ ପାଇଁ ରାଜ୍ୟ ସରକାର ଙ୍କ ବିରୋଧ ରେ ନ୍ୟାୟାଳୟ ମଧ୍ୟ୍ୟମ ରେ ଜନ ସ୍ୱାର୍ଥ ମାମଲା ରୁଜୁ କରିବା କୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା | ହେଲେ ଦାଇତ୍ୱ ସମ୍ପର୍ଣ୍ଣ ବ୍ୟକ୍ତିମାନେ ଏହି ଆଭିମୁଖ୍ୟ ରୁ କ୍ରମଶଃ ଦୁରେଇ ଯିବା ସହିତ ନିଜର ପଦ ପଦବୀ ର ସୁରକ୍ଷା ଏବଂ ଆତ୍ମବଡ଼ିମା ପରିପ୍ରକାଶ କରିବାରୁ ବରିଷ୍ଟ ସାମ୍ବାଦିକ ସଂଘ କ୍ରମଶଃ ନିଜର ପତିଆରା ହ୍ରାସ ପାଇବାରେ ଲାଗିଥିଲା | ନିକଟରେ ସଂଗଠନ କୁ କାର୍ଯ୍ୟକ୍ଷମ କରି ନିଜ ପତିଆରା ବୃଦ୍ଧି କରିବା ଲକ୍ଷ୍ୟ ନେଇ ବରିଷ୍ଟ ସାମ୍ବାଦିକ ସଂଘ ର କାର୍ଯ୍ୟକାରିଣୀ ବୈଠକ ଆଜି ପୁରୀ ଠାରେ ଆୟୋଜନ କରାଯାଇଥିଲା | ସେଠାରେ ବରିଷ୍ଟ ସାମ୍ବାଦିକ ମାନଙ୍କ ର ଉପସ୍ଥିତି ଅତି କମ ଥିବା ସ୍ଥଳେ ସମ୍ବର୍ଦ୍ଧନା ପର୍ବକୁ କେନ୍ଦ୍ର କରି କର୍ମକର୍ତା ଙ୍କ ମଧ୍ୟ୍ୟ ରେ ମତାନ୍ତର ଏବଂ ମନାନ୍ତର ଖମାଘୋଟ ଦେଖାଦେଇଥିଲା | ଏଥିରେ ଅସନ୍ତୋଷ ବ୍ୟକ୍ତ କରି ବରିଷ୍ଟ ସାମ୍ବାଦିକ ସଂଘ ର ଦୁଇ ପ୍ରତିଷ୍ଠାତା ସଭ୍ୟ ବରିଷ୍ଟ ସାମ୍ବାଦିକ ସରୋଜ କୁମାର ନାୟକ ଏବଂ ବେଣୁଧର ନାୟକ ସଂଗଠନ ମୁଖ୍ୟ କର୍ମକର୍ତା ଙ୍କ କାର୍ଯ୍ୟ କଳାପ ରେ ଅସନ୍ତୋଷ ବ୍ୟକ୍ତ କରି ବରିଷ୍ଟ ସାମ୍ବାଦିକ ସଂଘ ର ପ୍ରାଥମିକ ସଦସ୍ୟତା ପଦବୀରୁ ଇସ୍ତଫା ପ୍ରଦାନ କରିଥିବା ଗଣ ମାଧ୍ୟମ କୁ ସୂଚନା ପ୍ରଦାନ କରିଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

April 19, 2026/
No Comments



