ବିନା ଗ୍ରାମସଭାରେ ଖଣିକାର୍ଯ୍ୟ କରିବାକୁ ଆସିଥିବା ଅଭିଯୋଗ, ସ୍ଥାନୀୟ ଆଦିବାସୀଙ୍କ ରଣ ହୁଙ୍କାର।
କେନ୍ଦୁଝର ଜିଲ୍ଲା ଏକ ଖଣିଜ ବହୁଳ ଜିଲ୍ଲା ହୋଇଥିବା ବେଳେ ଏହି ଜିଲ୍ଲାରେ ଅନେକ ଗୁଡିଏ ଖଣି ଖାଦାନ ରହିଅଛି ଏବଂ ଏହି ଖଣି କମ୍ପାନୀ ମାନଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ଅନେକ ସମୟରେ କୌଣସି ନା କୌଣସି ଠାରେ ଜନ ଅସନ୍ତୋଷ ଦେଖାଦେଇଥାଏ। ସେହିଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ତଥା ଯୋଡା ଖଣି ମଣ୍ଡଳ ଅନ୍ତର୍ଗତରେ। ସୂଚନା ଅନୁଯାୟୀ ବଡବିଲ ପୌରାଞ୍ଚଳ ଠାକୁରାଣୀ ସ୍ଥିତ ଓଏମଡିସି ଖଣି କମ୍ପାନୀ ବାଗିଆବୁରୁ ଖଣିରେ କାର୍ଯ୍ୟ ଆରମ୍ଭ ପାଇଁ ଶୁଭାରମ୍ଭ କରିବାକୁ ଯାଇଥିବା ବେଳେ ସ୍ଥାନୀୟ ବାସିନ୍ଦା ମାନଙ୍କ ଘୋର ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ସ୍ଥାନୀୟ ବାସିନ୍ଦା ମାନଙ୍କ ଅଭିଯୋଗ ଏହି ମାଇନ୍ସ ଟି ଉଲିବୁରୁ ଗ୍ରାମରେ ରହିଥିବା ବେଳେ, ସ୍ଥାନୀୟ ଗ୍ରାମର ଗ୍ରାମବାସୀଙ୍କ ଅଜାଣତରେ ଓ ବିନା ଗ୍ରାମସଭାରେ ଖଣି କାର୍ଯ୍ୟ ଆରମ୍ଭ କରିବାକୁ ଆସିଛନ୍ତି। ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ରଅସନ୍ତୋଷ ଦେଖାଯିବା ସହ ଧନୁ ତୀର ଓ ଠେଙ୍ଗା ବାଡି ଧରି ଘୋର ବିରୋଧ କରିଥିଲେ ଏବଂ ଆହୁରି ଏକ ସଙ୍ଗୀନ ଅଭିଯୋଗ କରିଥିଲେ କି ଓଏମଡିସି କମ୍ପାନୀ କାର୍ଯ୍ୟାଦେଶ ପାଇଥିଲା ବେଳେ ଏକ ଘରୋଇ କମ୍ପାନୀ ଜଗନ୍ନାଥ ଷ୍ଟିଲ ର କର୍ମଚାରୀଙ୍କ ଘଟଣା ସ୍ଥଳରେ ଉପସ୍ଥିତି ନେଇ ଅଞ୍ଚଳ ବାସିନ୍ଦା ମାନେ ଅଧିକ ଉତ୍କ୍ଷିପ୍ତ ହୋଇ ଉଠିଥିଲେ, ସେମାନଙ୍କର ଆହୁରି ଏକ ଅଭିଯୋଗ ଏହି ଖଣି ଟି ଉଲିବୁରୁ ଗ୍ରାମରେ ଥିବା ବେଳେ କମ୍ପାନୀ କତୃପକ୍ଷ ବାଗିଆବୁରୁ ମାଇନ୍ସରେ କାର୍ଯ୍ୟ କରିବାକୁ କହିଥିବା ବେଳେ , ଉଲିବୁରୁ ମାଇନ୍ସ କୁ ଚକ୍ରାନ୍ତ କରି କାର୍ଯ୍ୟ କରିବାକୁ ଅପଚେଷ୍ଟା ଚଳାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ବାଗିଆବୁରୁ ମାଇନ୍ସ ଅନ୍ୟତ୍ର ଥିବା କହିଛନ୍ତି ଗ୍ରାମବାସୀ , ଏହା ଏକ ସଙ୍ଗୀନ ଅଭିଯୋଗ ହୋଇଥିବାରୁ ଏଥିପ୍ରତି ଆଞ୍ଚଳିକ ପ୍ରଶାସନ ଓ ଯୋଡା ଖଣି ମଣ୍ଡଳ ନିର୍ଦ୍ଦେଶକ ତଦନ୍ତ କରିବାକୁ ଦାବି ହୁଏ। ଅନ୍ୟ ପକ୍ଷେ ଏହା ଓଏମଡିସି କମ୍ପାନୀର ପୁରୁଣା ଖଣି ଓ ଏହି ଖଣି ବିଗତ 2012ମସିହାରୁ ବନ୍ଦ୍ ରହିଥିବା କମ୍ପାନୀ ପକ୍ଷରୁ ସୂଚନା।ତେବେ ଉତ୍ତେଜନା ଖବର ପାଇ ବଡବିଲ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଳିଥିଲା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

ବିଜ୍ଞାପନ





