ଅଲ ଓଡିଶା ନୂତନ ଅନୁଦାନ (ବ୍ଲକ ଗ୍ରାଣ୍ଟ )ଅବସର ପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଙ୍ଘର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ
ଭୁବନେଶ୍ୱର, ଆଜି ଇୟୁନିଟ-3 ଖାରବେଳ ନଗର ସ୍ଥିତ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଭାବନରେ ଅଲ ଓଡିଶା ନୂତନ ଅନୁଦାନ ପ୍ରାପ୍ତ ଅବସର ଗ୍ରହଣ କରିଥିବା ଶିକ୍ଷକ ଓ କର୍ମଚାରୀ ମାନଙ୍କ ଦାବି ପୂରଣ ପାଇଁ ଆଗାମୀ କାର୍ଯ୍ୟ ପନ୍ଥା ସମ୍ପର୍କରେ ସର୍ବସାଧାରଣ ଓ ସରକାରଙ୍କ ଅବଗତି ନିମନ୍ତେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ. ସଂଘର ଦୁଇ ଦଫା ଦାବି ଯଥା 1. ଫାମିଲି ପେନସନ ଦେବା 2.ଅବସର କାଳୀନ ସମସ୍ତ ଆର୍ଥିକ ସୁବିଧା ଓ ସହାୟତା 608 ବର୍ଗର ବିଦ୍ୟାଳୟ ମାନଙ୍କ ପରି ପ୍ରଦାନ କରିବା. ଏହି ଦୁଇ ଦାବି ପୂରଣ ପାଇଁ ସଙ୍ଘ ତରଫରୁ ବାରମ୍ବାର ମୁଖ୍ୟ ଶାସନ ସଚିବ, ଗଣଶିକ୍ଷା ବିଭାଗର ସଚିବ, ବିଭାଗୀୟ ମନ୍ତ୍ରୀଙ୍କୁ ଭେଟି ଜଣାଇଆସୁଥିଲେ ମଧ୍ୟ ସରକାର କେବଳ ହଁ ବୁଝିବା ନିଶ୍ଚୟ ହବ, ଇଣ୍ଟର ମିନିଷ୍ଟରିଆଲ କମିଟିରେ ଆଲୋଚନା ହେବ କହି ପ୍ରତିଶୃତି ଦେଇଚାଲିଛନ୍ତି କିନ୍ତୁ ସୁଫଳ କିଛି ମିଳିନାହିଁ. ତେଣୁ ଆଉ ଠାରେ ସରକାରଙ୍କ ନଜରକୁ ଆମ ଦାବି ଓ ଦୁଃଖ ସମସ୍ୟା ସମ୍ପର୍କରେ ସରକାରଙ୍କ ଦୃଷ୍ଟିକୁ ଆଣିବା ପାଇଁ ସଙ୍ଘ ତରଫରୁ ଆସନ୍ତା ସୋମବାର 25 ତାରିଖ ଠାରୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିଧାନସଭା ସମୁଖରେ ଧାରଣା ଦେବ ଓ ଏହି ଧାରଣା, ବିକ୍ଷୋଭ କାର୍ଯ୍ୟକ୍ରମରେ ସାରା ଓଡିଶାରୁ ପ୍ରାୟ 2 ହଜାରରୁ ଅଧିକ ସଂଖ୍ୟାରେ ଅବସର ପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଅଂଶ ଗ୍ରହଣ କରିବାକୁ ସ୍ଥିର ହୋଇଛି ବୋଲି କହିଛନ୍ତି ଅଲ ଓଡିଶା ନୂତନ ଅନୁଦାନ ବ୍ଲକ ଗ୍ରାଣ୍ଟ ଅବସର ପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଙ୍ଘର ରାଜ୍ୟ ସଭାପତି ଗରୁଡ଼ ଚନ୍ଦ୍ର ସାହୁ.ସେହିପରି ଆସନ୍ତା 26ତାରିଖରେ ପେନସନ ଓ ଅନ୍ୟାନ୍ୟ ଦାବି ପାଇଁ ଆନ୍ଦୋଳନ ପାଇଁ ପ୍ରସ୍ତୁତ ଥିବା ବ୍ଲକ ଗ୍ରାଣ୍ଟ ଶିକ୍ଷକ ସଙ୍ଘ ସହ ଆମର କୌଣସି ସମ୍ପର୍କ ନାହିଁ ବୋଲି ସୂଚନା ଦେଇଛନ୍ତି ନୂତନ ଅନୁଦାନ ପ୍ରାପ୍ତ ବ୍ଲକ ଗ୍ରାଣ୍ଟ ଅବସର ଶିକ୍ଷକ ଓ କର୍ମଚାରୀ ସଙ୍ଘର ସାଧାରଣ ସମ୍ପାଦକ ରଞ୍ଜନ କୁମାର ପଣ୍ଡା. ଆମେସବୁ ଓଡିଶା ସରକାର ଶିକ୍ଷା ଆଇନ 1969 ବଳରେ 60ବର୍ଷ ବୟସରେ ଅବସର ନେଉଛୁ ହେଲେ ଆମପ୍ରତି 1974ଶିକ୍ଷା ଆଇନ ଲାଗୁ କରାଯାଇନାହିଁ. ଆମ ଦାବିକୁ ଆଇନ ଅନୁସାରେ ମାନ୍ୟବର ହାଇ କୋର୍ଟ ଯଥାର୍ଥ ଦର୍ଶାଇ ଆମ ସପକ୍ଷରେ ରାୟ ଦେଇ ତୁରନ୍ତ ପେନସନ ପ୍ରଦାନ କରିବାକୁ ସରକାରଙ୍କୁ ନିର୍ଦେଶ ଦେଇଥିବା ସତ୍ୱେ ଓଡିଶା ସରକାର ବିଭିନ୍ନ ଆଳ ଦେଖାଇ ଆଇନ ଗଳା ବାଟ ଖୋଜି ଆମ ପ୍ରାପ୍ୟ ଦେବାରେ ସମୟ ଗଡ଼ାଇ ଚାଲିଥିବାରୁ ଆମ ସଙ୍ଘ ବାଧ୍ୟ ହୋଇ ଏହି ବୃଦ୍ଧ ବୟସରେ ରାଜରାସ୍ତାକୁ ଆସିବାକୁ ନିଷ୍ପତି ନେବାକୁ ବାଧ୍ୟ ହେଲୁ ବୋଲି କହିଛନ୍ତି ସଙ୍ଘର ଉପସଭାପତି ପ୍ରେମାନନ୍ଦ ନାୟକ. ରିପୋର୍ଟ ଦେବ ପ୍ରସାଦ ମହାନ୍ତି.




