( ଅସହାୟ ବୃଦ୍ଧ, ବୃଦ୍ଧା ଙ୍କୁ ସହାୟତା ର ହାତ ବଢ଼ାଇଲା ଏସ ଏସ ଫାଉଣ୍ଡେସନ କଟକ )
ଜଗତସିଂହପୁର
ତା =22/9/23
ଜଗତସିଂହପୁର ଜ଼ିଲ୍ଲା ତ୍ରିତୋଲ ବ୍ଲକ ଗରାମ ଶାସନ ଗ୍ରାମର ଅସହାୟ ବୃଦ୍ଧ ଚକ୍ରଧର ବେହେରା ଏବଂ ସ୍ତ୍ରୀ ସୁଲୋଚନା ବେହେରା | ସ୍ୱମୀ, ସ୍ତ୍ରୀ ଦୁଇ ଜଣ ଙ୍କୁ ନେଇ ହସଖୁସିର ଛୋଟ ପରିବାର | ସ୍ୱାମୀ, ସ୍ତ୍ରୀ ଚାଷ ବାସ କରି ଦୁଃଖ କଷ୍ଟେ ଚଳୁଥିଲେ | ହେଲେ ଈଶ୍ୱର ବଡ଼ ନିଷ୍ତୁର | ଵିବାହର ଅନେକ ବର୍ଷ ପରେ ମଧ୍ୟ୍ୟ କୈଣସି ସନ୍ତାନ ନ ହେବାରୁ ସ୍ୱାମୀ, ସ୍ତ୍ରୀ ଦୁହେଁ ଅନୁତାପ ରେ ଭାଙ୍ଗି ପଡ଼ିଥିଲେ |ହେଲେ ସେତିକି ରେ ସ୍ୱାମୀ, ସ୍ତ୍ରୀ ଙ୍କ ଦୁଃଖ ଲାଘବ ହୋଇନଥିଲା ବରଂ କଳା ପାହାଡ଼ ପରି ସ୍ୱାମୀ, ସ୍ତ୍ରୀ ଙ୍କ ଜୀବନ ରେ ଗୋଟିଏ ପରେ ଗୋଟିଏ ବିପଦ ମାଡିଆସିଥିଲା | ସ୍ୱାମୀ ଚକ୍ରଧର ବୟଶାଧିକ ହେବା ମାତ୍ରେ ପ୍ରଥମେ ପକ୍ଷାଘାତ ରୋଗ ରେ ଆକ୍ରାନ୍ତ ହୋଇଥିଲେ | ଅନେକ ସ୍ଥାନରୁ ଔଷଧ ସେବନ ପରେ ଆରୋଗ୍ୟ ହୋଇନଥିଲେ | ଶେଷରେ ଡାକ୍ତର ପରୀକ୍ଷା ନିରୀକ୍ଷା ପରେ ଜଣା ପଡିଲା ଚକ୍ରଧର ଙ୍କ ଦୁଇଟି କୀଡୀନି ସମ୍ପୂର୍ଣ ନଷ୍ଟ ହୋଇଯାଇଛି | ସ୍ତ୍ରୀ ସୁଲୋଚନା ଜମି ଓ ଘର ଢିଅ ବିକ୍ରିକରୀ ସ୍ୱାମୀ ର ଚିକିତ୍ସା କରୁଛି | ଅଭାବ ଅନାଟନ ମଧ୍ୟ୍ୟ ରେ ସ୍ୱାମୀ, ସ୍ତ୍ରୀ ଦୁଇ ଜଣ ଦିନେ ଖାଇଲେ ଦିନେ ଉପବାସ ରହିବାକୁ ପଡୁଛି | ଏଭଳି ପରିସ୍ଥିତି ରେ ଗ୍ରାମର କେତେକ ସହୁର୍ଦୟ ବ୍ୟକ୍ତି ଙ୍କ ସହଯୋଗ ରେ କଟକ ସ୍ଥିତ ଏସ ଏସ ଫାଉଣ୍ଡେସନ ର କର୍ମକର୍ତ୍ତାମାନେ ଦେବଦୁତ ସାଜି ଅସହାୟ ଚକ୍ରଧର ପରିବାର ଙ୍କୁ ଦୁଇ ମାସର ରେସନ ସାମଗ୍ରୀ, ଲୁଗାପଟା ପ୍ରଦାନ କରିବା ସହିତ ଚକ୍ରଧର ଙ୍କ ଚିକିତ୍ସା ନିମନ୍ତେ ଆବଶ୍ୟକୀୟ ଅର୍ଥରାଶି ଯୋଗାଇଦେବାକୁ ପ୍ରତିଶୃତି ଦେଇଥିଲେ |ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ସରପଞ୍ଚ ପ୍ରଦୂନ କିଶୋର ଚଇନି, ଭାଗ୍ୟବତୀ ସେବା ଫାଉଣ୍ଡେସନ ସଭାପତି ଦେବେନ୍ଦ୍ର କୁମାର ନାୟକ, ଏସ ଏସ ଫାଉଣ୍ଡେସନ ପ୍ରତିଷ୍ଠାତା ଏମ ଏମ ପପୁ, ସଭାନେତ୍ରୀ ପ୍ରଜ୍ଞା ସାମନ୍ତରାୟ, ନିହାର ନାୟକ, ସଭାନେତ୍ରୀ ସସ୍ମିତା ପାହାଡ଼ ସିଂ ପ୍ରମୁଖ ଉପସ୍ଥିତ ରହି ଚକ୍ରଧର ପରିବାରକୁ ସହାୟତା ପ୍ରଦାନ କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

April 18, 2026/
No Comments



