ଗଣେଶ ପୂଜା ଅବସରରେ ସହିଦ ବାଜି ରାଉତ କ୍ଲବ୍ ତରଫରୁ ପ୍ରସାଦ ବଂଟନ
ଢେଙ୍କାନାଳ, ୨୩/୯: ଅଦ୍ୟ ମଧ୍ୟାହ୍ନରେ ଗଣେଶ ପୂଜା ଅବସରରେ ସହିଦ୍ ବାଜି ରାଉତ କ୍ଲବ୍ ତରଫରୁ ସ୍ଥାନୀୟ ବାପୁଜୀ ଉ.ପ୍ରା. ବିଦ୍ୟାଳୟ ପ୍ରାଙ୍ଗଣରେ ପ୍ରସାଦସେବନର ବ୍ୟବସ୍ଥା ହୋଇଥିଲା । ମାଟି କୁଡୁଆରେ ଦହି ପଖାଳ, ପଦ୍ମ ପତ୍ରରେ ପକୁଡି, ଘାଂଟ ତରକାରୀ, ଆଳୁ ଛେଟା, ଶାଗ, ବଡିଚୁରା ଓ ଖଟା ଇତ୍ୟାଦି ପ୍ରସାଦକୁ ପ୍ରାୟ ୧ ହଜାରରୁ ଉର୍ଦ୍ଧ୍ବ ଭକ୍ତ ମହା ଆନନ୍ଦର ସହିତ ପାଇଥିଲେ । ୪୮ ବର୍ଷ ଧରି ଏହି ପୂଜା ଚାଲିଆସୁଅଛି । ଏହି ପୂଜାର ସଭାପତି ଉମେଶ ବେହେରା, ସଂପାଦକ ବିଶ୍ବଜିତ୍ ବେହେରା, କୋଷାଧ୍ୟକ୍ଷ ସୁଶିଲ୍ ଗୋଚ୍ଛାୟତ ଙ୍କ ସମେତ ସମସ୍ତ କାର୍ଯ୍ୟକର୍ତା ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।




