ଚୌଦ୍ୱାର ରେ ମହାପୁରୁଷ ମହମ୍ମଦ ଙ୍କ ଜନ୍ମ ବାର୍ଷିକ ଉତ୍ସବ ପାଳିତ ।
କଟକ ଜିଲ୍ଲା ଚୌଦ୍ୱାର ପୌରପାଳିକା ଅନ୍ତର୍ଗତ ଦୁଇ ନମ୍ବର ୱାର୍ଡ ର ରୂପଯାତ୍ରା ପଡିଆ ଠାରେ ମହାପୁରୁଷ ମହମ୍ମଦ ଙ୍କ ଜନ୍ମ ବାର୍ଷିକ ଉତ୍ସବ ମହାସମାରୋହ ରେ ପାଳିତ ହୋଇଯାଇଛି l ଚୌଦ୍ୱାର କଟକ ର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରଭାତ ରଞ୍ଜନ ବିଶ୍ୱାଳ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି ସଂଗଠନ ଭାଇଚାରା ର ନିଦର୍ଶନ ସବୁବେଳେ ଦେଖାଇ ଆସିଛି ଓ ଅଂଚଳ ର ବିକାଶ ରେ ଯୁବ ସମାଜ ସାମିଲ ହୋଇଥିବାରୁ ଧନ୍ୟବାଦ ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଏହି ୱାର୍ଡ ର କାଉନସିଲର ସବିତା ମହାଳୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲା ବେଳେ ପୂର୍ବତନ ନଗରପାଳ ପ୍ରେମଚାନ୍ଦ ନାୟକ ଉପସ୍ଥିତ ଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଚୌଦ୍ୱାର ପୌରଦ୍ଧକ୍ଷା ମାନସୀସ୍ଵର୍ଣପ୍ରଭା ସାମଲ, ଉପାଧ୍ୟାକ୍ଷ ଶୁଭେନ୍ଦୁ ସାମଲ, କଟକ ଜିଲ୍ଲା ଆମଆଦମୀ ପାର୍ଟ ର ସଭାପତି ବିଜୟ ଲଷ୍ମୀ ସାହୁ,ସଂଗଠନ ର ସଭାପତି ସେକ ସାଜିଦ ଚାନ୍ଦ, ସମ୍ପାଦକ ନସୀମ ଉଦିନ ଖାନ, ମଦ୍ରାସା ସମ୍ପାଦକ ସେକ ସବୀର ଉଦିନ ଙ୍କ ସମେତ ବହୁ ମୁସଲିମ ଭାଇ ଓ ଭଉଣୀ ମାନେ ଉପସ୍ଥିତ ଥିଲେ l ଏହି ଉତ୍ସବ ପରେ ଏକ ବିରାଟ ଶୋଭାଯାତ୍ରା ଯାତ୍ରାପଡିଆ ଠାରୁ ବାହାରି ଚୌଦ୍ୱାର ର ବିଭିନ୍ନ ସାହି ଓ ଅଂଚଳ ପରିକ୍ରମା କରି ଭାଇଚାରା ଓ ଶାନ୍ତି ର ବାର୍ତ୍ତା ପ୍ରଚାର କରିଥିଲେ l
ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନୀୟୁଜ୍।




