ବଡ଼ବିଲ ପୌରାଞ୍ଚଳ ରେ ସହିଦ୍ ଭଗତ ସିଂହ ଓ ପ୍ରୋପେଟ ମହମ୍ମଦ ଙ୍କ ଜନ୍ମ ଜୟନ୍ତୀ ପାଳନ।
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡବିଲ ପୌରାଞ୍ଚଳ ତଥା ବଡବିଲ ଥାନା ଅନ୍ତର୍ଗତ ରେ ସହିଦ୍ ଭଗତ ସିଂହ ଙ୍କ 116ତମ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି । ଏହି ଅବସରରେ ବଡବିଲ ପୌରାଞ୍ଚଳ ଭୋଳା ଗ୍ୟାରେଜ ନିକଟରେ ଥିବା ସହିଦ ଭଗତ ସିଂହ ଛକ ଠାରେ ଥିବା ସ୍ୱର୍ଗତ ସହିଦ୍ ଭଗତ ସିଂହ ଙ୍କ ଫୋଟ ରେ ମାଲ୍ୟାର୍ପଣ କରାଯିବା ସହ ଏକ ସାମୁହିକ ବୈଠକ ଅନୁଷ୍ଠିତ ହୋଇଥିଲା ଏଥିରେ ସହିଦ୍ ଭଗତ ସିଂହ ଙ୍କ ଦେଶ ପ୍ରତି ଥିବା ତାଙ୍କର ଅବଦାନ ଓ ତାଙ୍କ କୀର୍ତ୍ତି ର ଗୁଣଗାନ କରାଯିବା ସହ ତାଙ୍କ ଜୀବନୀ ଉପରେ ଚର୍ଚ୍ଚା କରାଯାଇଥିଲା। ସେହିପରି ଆଜି ମୁସଲିମ ସମ୍ପ୍ରଦାୟର ମହାପୁରୁଷ ଭାବେ ପରିଗଣିତ ପ୍ରୋପେଟ୍ ମହମ୍ମଦ ଙ୍କ ଜୟନ୍ତୀ ପାଳନ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବଡବିଲ ପୌରାଞ୍ଚଳରେ ମୁସଲିମ ସମ୍ପ୍ରଦାୟ ପକ୍ଷରୁ ଏକ ଶୋଭାଯାତ୍ରା କରାଯିବା ସହ ଉକ୍ତ ଶୋଭାଯାତ୍ରା ବଡବିଲ ମୁଖ୍ୟ ମସଜିଦ ନିକଟରେ ଶୋଭାଯାତ୍ରା ଶେଷ କରଯାଇଥିଲା ଏବଂ ବଡବିଲ ର ଭିନ୍ନ ଭିନ୍ନ ସ୍ଥାନରେ ଲୋକଙ୍କୁ ମିଷ୍ଟାନ୍ନ ଓ ସର୍ବତ ଇତ୍ୟାଦି ବଣ୍ଟନ କରୁଥିବା ଦେଖିବାକୁ ମିଳିଥିଲା। ଏହି ଅବସରରେ ମୁସଲିମ ସମ୍ପ୍ରଦାୟର ଲୋକେ ପରସ୍ପରକୁ ଆଲିଙ୍ଗନ କରି ଶୁଭେଛା ଜଣାଇଥିଲେ। କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ବଡବିଲ ପୋଲିସ୍ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ପୋଲିସ୍ ବଳୟ ମୁତୟନ କରାଯାଇଥିବା ଦେଖିବାକୁ ମିଳିଥିଲା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ୍।




