ଜିଲ୍ଲାସ୍ତରୀୟ ୬ଷ୍ଠ ରାଷ୍ଟ୍ରୀୟ ପୋଷଣ ମାହ ଅନୁଷ୍ଠିତ
ଢେଙ୍କାନାଳ:୨୯ /୦୯ – ଆଜି ପୂର୍ବାହ୍ନରେ ପୁରୁଣା ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ସଭାପତିତ୍ବରେ ଜିଲ୍ଲାସ୍ତରୀୟ ୬ଷ୍ଠ ରାଷ୍ଟ୍ରୀୟ ପୋଷଣ ମାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ଏହି ଅବସରରେ ଜିଲ୍ଲାପାଳ କହିଛନ୍ତି ଯେ, ପୋଷଣ ତତ୍ଵ ଜୀବନ ଧାରଣ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଉପଯୁକ୍ତ ପୋଷଣଯୁକ୍ତ ଆହାର ଗ୍ରହଣ କଲେ ସମସ୍ତେ ନିରୋଗୀ ଓ ଦୀର୍ଘାୟୁ ହେଇପାରିବା । ରାଜ୍ୟସରକାର ମହିଳା ଓ ଶିଶୁମାନଙ୍କ ର ସମ୍ପୂର୍ଣ ପୋଷଣ ପାଇଁ ଭିନ୍ନ ଭିନ୍ନ ଯୋଜନା ମାନ ପ୍ରଣୟନ କରିଛନ୍ତି । ଏହି ସବୁ ଯୋଜନର ଲାଭ ଲୋକୋମାନେ ଉଠାଇବା ଆବଶ୍ୟକ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଦିଲ୍ଲୀପ କୁମାର ବିଶ୍ବାଳ ଯୋଗ ଦେଇ କହିଥିଲେ ଯେ, ସଠିକ ପୋଷଣଯୁକ୍ତ ଖାଦ୍ୟ ଚୟନ କରିବା ଆବଶ୍ୟକ ଆଜିକାଲିର ଦୁନିଆରେ ଭିନ୍ନ ଭିନ୍ନ ପ୍ରକାରର ରୋଗ ଦେଖାଯାଉଛି । ଯଦି ଆମେ ସନ୍ତୁଳିତ ଓ ପୋଷଣଯୁକ୍ତ ଖାଦ୍ୟ ଗ୍ରହଣ କରିବା ତେବେ ଆମର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେଇଥାଏ ଯାହାକି ଆମକୁ ରୋଗ ସହ ଲଢିବାକୁ ଶକ୍ତି ଯୋଗାଇଥାଏ । କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ମିତା ଶର୍ମା ଯୋଗୋ ଦେଇ କେଉଁ ବଯସର ପିଲାମାନେ କଣ ଖାଇବା ଆବଶ୍ୟକ ସେ ବିଷୟରେ କହିଥିଲେ।
ଏହି ଅବସରରେ ଆୟୋଜିତ ପ୍ରତିଯୋଗିତା ରେ କୃତି ପ୍ରତିଯୋଗୋମାନଙ୍କୁ ପୁରସ୍କୃତ କରିଯାଇଥିଲା । ଏହାସହ ବିଭିନ୍ନ ପ୍ରକାରର ପୋଷଣ ଯୁକ୍ତ ଖାଦ୍ୟର ପ୍ରଦର୍ଶନୀ କରାଯାଇଥିଲା । କାର୍ଯ୍ୟକ୍ରମର ପରିଚାଳନା ୟୁନିସେଫର ଜିଲ୍ଲା ସଂଯୋଜିକ ଶ୍ରୀମତୀ ଅଙ୍ଗୁରବାଳା ମିଶ୍ର କରିଥିଲେ । ଶେଷରେ ଡି.ପି.ସି ମିଶନ ଶକ୍ତି ଶ୍ରୀମତୀ ଶେଫାଳି ସ୍ଵାଗତିକ ଧନ୍ୟବାଦ ଅର୍ପଣ କରିଥିଲେ ।ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ଶ୍ରୀମତୀ ସସ୍ମିତ ସାହୁ ଡି.ପି.ଏମ, ଏନ୍.ଏଚ୍.ଏମ ଶ୍ରୀମତୀ ସୋନାଲୀ ପ୍ରିୟଦର୍ଶିନୀ, ଜିଲ୍ଲାର ଅଙ୍ଗନବାଡି କର୍ମୀ, ସୁପରଭାଇଜର, ଆଶା କର୍ମୀ, ଗଣମାଧ୍ୟମର ପ୍ରତିନିଧୂ ଏବଂ ଅନ୍ୟାନ ବ୍ୟକ୍ତିବିଶେଷ ମାନେ ଯୋଗ ଦେଇଥିଲେ।







