(ସର୍ପଭୟ ନିବାରିଣୀ ମା କନକଦୁର୍ଗା ଙ୍କ ପୀଠରେ ଅବ୍ୟବସ୍ଥା କୁ ନେଇ ଭକ୍ତମାନଙ୍କ ମଧ୍ୟ୍ୟ ରେ ଅସନ୍ତୋଷ )
ଜଗତସିଂହପୁର
ତା =29/9/23
ଜଗତସିଂହପୁର ଜ଼ିଲ୍ଲା ପିତେଇପୁର ସ୍ଥିତ ମା କନକଦୃଗାଁ ଙ୍କ ପୀଠକୁ ସର୍ପଭୟ ନିବାରଣ କ୍ଷେତ୍ର ବୋଲି କୁହାଯାଏ |ଦୈନଦିନ ବିଷାକ୍ତ ସର୍ପ ଘାତ ରୋଗୀ ମା କନକଦୃଗାଁ ଙ୍କ ପାଦୁକ ପାନକରି ମା ଙ୍କ ସରଣାପନ୍ନ ହେଲେ ବିଷାକ୍ତ ସର୍ପଘାତ ରୋଗୀ ନିଶ୍ଚିତ ଆରୋଗ୍ୟ ଲାଭକରେ |ଏହି ଐଶ୍ଵରୀକ ବିଶ୍ୱାସ ନେଇ ଦୈନ ଦିନ ସହ ସହ ଶ୍ରଦ୍ଧାଳୁ ମା କନକଦୁର୍ଗା ଙ୍କ ଆଶିଷ ଲାଭ କରିଥାନ୍ତି | ଦୀର୍ଘଦିନ ହେବ ମା ଙ୍କ ମନ୍ଦିର ରାଜ୍ୟ ଦେବୋତର ବିଭାଗ ଦ୍ଵାରା ପରିଚାଳିତ ହେଉଛି | ରାଜ୍ୟ ସରକାର ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ମନ୍ଦିର ର ଉନ୍ନୟନ ପାଇଁ ପ୍ରଦାନ କରୁଛନ୍ତି | ହେଲେ ମନ୍ଦିର ପରିଚାଳନା କର୍ତ୍ତୃପକ୍ଷ ଙ୍କ ମନମାନୀ ନିତିଯୋଗୁଁ ସଦାସର୍ବଦା ଅନେକ ବ୍ୟତିକ୍ରମ ପରିଲକ୍ଷିତ ହେଉଛି |ସେବାୟତ ମାନଙ୍କ ମନମୁଖୀ କାର୍ଯ୍ୟକ୍ରମ ଯୋଗୁଁ ମା ଙ୍କ ନୀତିକ୍ରାନ୍ତି ରେ ଅନେକଥର ତ୍ରୁଟି ପରିଲକ୍ଷିତ ହେଉଥିବା ବେଳେ ମ୍ୟାନେଜିଙ୍ଗ ଟ୍ରଷ୍ଟି ଙ୍କ ବେପରୁଆ ମନୋଭାବ ଏବଂ ହିସାବ କିତାବରେ ସ୍ୱଛତା ନ ଥିବାରୁ ଅସନ୍ତୋଷ ଦେଖାଦେଇଛି |ଏଥିନେଇ ଶତାଧିକ ଭକ୍ତ ମା ଙ୍କ ମନ୍ଦିର ରେ ଅବ୍ୟବସ୍ଥା କୁ ନେଇ ପ୍ରତିବାଦ କରିଛନ୍ତି | ଏକ ବର୍ଷରୁ ଉର୍ଦ୍ଧ ହେବ ମ୍ୟାନେଜିଙ୍ଗ ଟ୍ରଷ୍ଟି ଙ୍କ କାର୍ଯ୍ୟକାଳ ପୂରିଯାଇଥିଲେ ସୁଦ୍ଧା ଦେବୋତର ବିଭାଗ ନୂତନ ମ୍ୟାନେଜିଙ୍ଗ ଟ୍ରଷ୍ଟି ଗଠନ କରିନାହାନ୍ତି | ଯେଉଁଥି ପାଇଁ ମା କନକ ଦୁର୍ଗା ମନ୍ଦିର ର ଗାରିମା କ୍ଷୀର୍ଣ ହେଉଛି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ




