ବିଶ୍ବନାଥପୁରଠାରେ ସାଇବର ସଚେତନତା ଓ ସତର୍କତା ଅଭିଯାନ
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ବିଶ୍ଵନାଥପୁର ଠାରେ ଓଡ଼ିଶା ପୁଲିସ ପକ୍ଷରୁ ରାଜ୍ୟବ୍ୟାପି ସାଇବର ସୁରକ୍ଷା ଅଭିଯାନ ଆରମ୍ଭ କରାଯାଇଥିବାବେଳେ କଳାହାଣ୍ଡି ପୁଲିସର ସାଇବର ସୁରକ୍ଷା ସେଲ୍ ପକ୍ଷରୁ ଜିଲ୍ଲାର ବିଭିନ୍ନ ଥାନାଞ୍ଚଳରେ ଏଇ ଅଭିଯାନକୁ ତ୍ବରାନ୍ବିତ କରାଯାଇଛି। ସାଇବର କ୍ରାଇମ୍ ସଂପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟ ନେଇ ଏକ ସାଇବର ସୁରକ୍ଷା ରଥ ଜିଲ୍ଲାର ବିଭିନ୍ନ ଥାନାଞ୍ଚଳ ପରିକ୍ରମା କରୁଛି । ଏହି କ୍ରମରେ ଆଜି ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ବନାଥପୁର ଠାରେ ସାଇବର ସୁରକ୍ଷା ରଥ ପହଞ୍ଚିବା ପରେ ସ୍ଥାନୀୟ କଲେଜର ବହୁସଂଖ୍ୟକ ଛାତ୍ରଛାତ୍ରୀଙ୍କ ସହିତ ଏକ ସଚେତନତା ଶୋଭାଯାତ୍ରା ବିଶ୍ବନାଥପୁର ସହର ପରିକ୍ରମା କରିଥିଲା । ଏଇ ଶୋଭାଯାତ୍ରା ପରିକ୍ରମାରେ ବିଧାୟକ ପ୍ରତିନିଧି ପ୍ରଦୀପ ଘଡ଼େଇ, ବିଶ୍ଵନାଥପୁର ସମିତି ସଭ୍ୟ ଅଜିତ ପ୍ରଧାନୀ, ସମାଜସେବୀ ହରେକୃଷ୍ଣ ଘଡ଼େଇ ସାମିଲ ହୋଇଥିଲେ।ପରେ ବିଶ୍ବନାଥପୁରସ୍ଥିତ ମାଁ ହୀରାନୀଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ରିଜର୍ଭ ଇନ୍ସପେକ୍ଟର ସୁରେଶ କୁମାର ବଳୀୟାର ସିଂହ, ସାଇବର ସେଲ୍ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା, ବିଶ୍ବନାଥପୁର ଥାନାଧିକାରୀ ମମତା ହେମ୍ବ୍ରମ, ମାଁ ହୀରାନୀଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ କଙ୍କଣ ରାୟ, ଅଧ୍ୟାପକ ଚିତ୍ତରଞ୍ଜନ ବାରିକ, ଅଧ୍ୟାପକ କିଶୋର କୁମାର ଘଡ଼େଇ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ନିତିଦିନ ସମାଜରେ ଘଟିଥିବା ବିଭିନ୍ନ ଧରଣର ସାଇବର ଅପରାଧ ଓ ସେଗୁଡ଼ିକ ସଂପର୍କରେ ସତର୍କ ଓ ସଚେତନ ରହିବାକୁ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହାସହିତ ସାଇବର ଅପରାଧ ନିୟନ୍ତ୍ରଣ ଦିଗରେ ଯୁବପିଢ଼ି ଆଗେଇ ଆସିବା ପାଇଁ ସାଇବର ସେଲ୍ ଇନ୍ସପେକ୍ଟର ଶ୍ରୀମତୀ ସୁନା ଆହ୍ବାନ ଦେଇଥିଲେ । ବିଶ୍ବନାଥପୁର ଥାନା ଏଏସ୍ଆଇ ବୁଦ୍ଧିରାମ ମାଝୀ, ବୁଦ୍ଧେଶ୍ୟାମ ମାଝୀଙ୍କ ସମେତ ବିଶ୍ବନାଥପୁର ଥାନାର କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।କଳାହାଣ୍ଡିରୁ ବି ତ୍ରିପତି ପାତ୍ର ଜାଗ୍ରତ ଭାରତ ନିଉଜ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_21-27-18-795-scaled.jpg)

