ବିଶ୍ବ ଡାକ ଦିବସ ପାଳିତ
ଢେଙ୍କାନାଳ, ୯/୧୦: ଢେଙ୍କାନାଳ ଡାକ ମଣ୍ଡଳ ତରଫରୁ ଢେଙ୍କାନାଳ ପ୍ରଧାନ ଡାକଘରେ ବିଶ୍ବ ଡାକ ଦିବସ ପାଳନ କରାଯାଇଅଛି । ଏହି ଅବସରରେ ଢେଙ୍କାନାଳର ପ୍ରଧାନ ଡାକଘରେ ୟୁନିଭର୍ସାଲ୍ ପୋଷ୍ଟାଲ୍ ୟୁନିୟନର ସଂପାଦକଙ୍କର ବାର୍ତା ଲାଇଭ୍ ଷ୍ଟ୍ରିମିଙ୍ଗ୍ କରାଯାଇଥିଲା । ଏହାର ଢେଙ୍କାନାଳ ଡାକ ମଣ୍ଡଳର ଅଧ୍ୟକ୍ଷକ ଜଗଦିଶ ଦାଶ ବିଭିନ୍ନ ସେବା କ୍ଷେତ୍ରରେ ଡାକ ବିଭାଗର ଅବଦାନ ଏବଂ ଅଗ୍ରଣୀ ଭୂମିକାକୁ ବର୍ଣନା କରିଥିଲେ । ତା.୧୦.୧୦.୨୦୨୩ରିଖ ଠାରୁ ତା.୧୩.୧୦.୨୦୨୩ରିଖ ପର୍ଯ୍ୟନ୍ତ ଢେଙ୍କାନାଳ ଡାକ ମଣ୍ଡଳ ଜାତୀୟ ଡାକ ସପ୍ତାହ ପାଳନ କରିବାକୁ ଯାଉଛି । ଏହି ଜାତୀୟ ଡାକ ସପ୍ତାହରେ ଢେଙ୍କାନାଳ ଡାକ ମଣ୍ଡଳ ବିଭିନ୍ନ କାର୍ଯ୍ୟକ୍ରମ ତା୧୦.୧୦.୨୦୨୩ରେ ବିଭିନ୍ନ ସଶକ୍ତି କରଣ ଦିବସ, ତା.୧୧.୧୦. ୨୦୨୩ରିଖରେ ଫିଲଟେଲି ଦିବସ, ତା.୧୨.୧୦.୨୦୨୩ରେ ମେଲ୍ ଏଣ୍ଡ ପାର୍ସଲ୍ ଦିବସ ଏବଂ ତା.୧୩.୧୦.୨୦୨୩ରେ ଅନ୍ତୋଦୟ ଦିବସ ପାଳନ କରିବାକୁ ଯାଉଛି । ଏହି ସଭାରେ ଡାକ ବିଭାଗର ଉପ-ଅଧ୍ୟକ୍ଷକ ନୀଳମଣି ଜାନୀ ଏବଂ ଡାକ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଡାକ ଦିବସକୁ ପାଳନ କରିଥିଲେ ।




