ଗ୍ରାମ୍ୟ ପାନୀୟଜଳ ଯୋଗାଣ ପ୍ରକଳ୍ପ ଉଦ୍ଘାଟିତ କରିବାକୁ ଯିବା ବାଟରେ ବାଚସ୍ପତିଙ୍କୁ ବିପୁଳ ସମ୍ବର୍ଦ୍ଧନା କରାଯାଇଥିଲା
ବିଷୟ _____ ବିଂଝାରପୁର ବିଧାୟିକା ତଥା ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ଭାବେ ପ୍ରମିଳା ମଲ୍ଲିକ
ଦାୟିତ୍ବ ଗ୍ରହଣ କରିବାପରେ ବିଂଝାରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦଶରଧପୁର ବ୍ଳକ ଅନ୍ତର୍ଗତ ୧୫ ଗୋଟି ପଞାୟତକୁ ପ୍ରଥମ ଥର ଗସ୍ତ ଅବସରରେ ଦଶରଥପୁର ବ୍ଲକର ପ୍ରବେଶ ପଥ ଅସନପୁର
ପଞାୟତର ରଙ୍କସ କାଳୀ ପଢିଆରେ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀ ଯୁବ ବିଜୁଜନତା ଦଳର ସଭାପତି ତଥା ସମାଜସେବୀ ପରୋପକାରୀ ପ୍ରଭାତ କୁମାର ଦାସଙ୍କ ନେତୃତ୍ୱରେ ଦଶରଥପୁର ବ୍ଲକର ଉପାଧ୍ୟକ୍ଷା ଝିଲି ମଲ୍ଲିକ,ଅସନପୁର ସରପଞ କାଞନବାଳା ମଲ୍ଲିକ,
କାଶୀନାଥ ମଲ୍ଲୀକ, ଚଷାଖଣ୍ଡ ସରପଞ ପ୍ରତିଭା ମଲ୍ଲକ, ଜିଲ୍ଲା ପରିଷଦ ସଭ୍ୟା ମାମିନା ମଲ୍ଲିକ ନିନାରାଣୀ ସାମଲ, ବରିଷ୍ଠ ବିଜେଡି ନେତା ପ୍ରଦୀପ ମହାନ୍ତି,ଯୁବନେତା ବିରଜା ମଲ୍ଲିକ,ପ୍ରିୟବ୍ରତ ବିଶ୍ବାଳ,ଦୀପକ ବାରିକ,ଚିନ୍ନୟ ମାହୁନ୍ତ, ଦଶରଧପୁର ବ୍ଳକର ଛାତ୍ର ବିଜେଡିର ସଭାପତି ଚିରଞ୍ଜିବୀ ତପନ ରାଉତ, ବିରିପଟା ସରପଞ୍ଚ ଗାୟତ୍ରୀ ନାୟକ, ପୃର୍ବତନ ସରପଞ୍ଚ ଚିତ୍ତରଞ୍ଜନ ନାୟକ, ଯାଫରପୁର ସରପଞ ଗୋଲେଖ ବେଉରିଆ , ପାଲଟପୁର ସମିତି ସଭ୍ୟ ଧୀରେନ୍ଦ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।ପରେ ବାଚସ୍ପତି ଏକ ବାଇକ ଶୋଭାଯାତ୍ରାରେ ରଙ୍ଗସରୁ ବାହାରି ଚଷାଖଣ୍ଡ ବିରିପଟା ପାଲଟପୁର ଜାଫରପୁର ଥାଲକୁଡି ଖାନନଗର ଅତିକ୍ରମ କରି ନିଜାମପୁର ପଞ୍ଚାୟତର ନୁଆପାଟଣା ଗ୍ରାମ ପର୍ଯ୍ୟନ୍ତ ଯାଇଥିଲେ ।ରାସ୍ତାରେ ଯିବାବେଳେ ବିଭିନ୍ନ ସ୍ଥାନରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଧାନ କରାଯାଇଥିଲା। ଗ୍ରାମ୍ୟ ପାନୀୟଜଳ ଯୋଗାଣ ପ୍ରକଳ୍ପ ଉଦ୍ଘାଟିତ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ କରକମଳରେ ଚାରୋଟି ସ୍ଥାନରେ ହୋଇଥିଲା। ଏଥିରେ ପାନୀୟଜଳ ଯୋଗାଣ ବିଭାଗର ଅଧିକାରୀମାନଙ୍କ ସହ ମେଗା ପ୍ରକଳ୍ପର ଅଧିକାରୀ ମାନେ ଘଟଣାସ୍ଥଳରେ ଉପସ୍ଥିତ ଥିଲେ
ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ




