ସାଇବର ସୁରକ୍ଷା ଅଭିଯାନ ଅବସରରେ ପଦଯାତ୍ରା ଅନୁଷ୍ଠିତ
ଆଜି ସନ୍ଧ୍ୟାରେ ଢେଙ୍କାନାଳ ବସ ଷ୍ଟାଣ୍ଡ ନିକଟସ୍ଥ ଗାନ୍ଧୀ ପାର୍କ ଠାରୁ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସହରର ବରିଷ୍ଠ ନାଗରିକ ମାନଙ୍କ ଦ୍ୱାରା ସାଇବର ସୁରକ୍ଷା ଅଭିଯାନ କୁ ନେଇ ଏକ ପଦଯାତ୍ରା ଅନୁଷ୍ଠିତ ହେଇଥିଲା l
ଏହି ଅବସରରେ କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଜ୍ଞାନ ରଞ୍ଜନ ମହାପାତ୍ର ଅଧ୍ୟକ୍ଷତା କରି ସାଇବର ସୁରକ୍ଷା ଉପରେ ସଚେତନତାର ବାର୍ତା ପ୍ରଦାନ କରିଥିଲେ l କିପରି ଅନଲାଇନ ନେଣଦେଣ , ଭିଡ଼ିଓ କଲ ମାଧ୍ୟମରେ ରେ ଲୋକମାନେ ସାଇବର ଠକାମୀ ର ଶିକାର ହେଉଛନ୍ତି ଏବଂ ସେଥିରୁ ଆମେ କିପରି ଠକାମୀ ର ଶିକାର ହେବାନାଇଁ ସେ ବିଷୟରେ ଲୋକଙ୍କୁ ସଚେତନ କରାଇଥିଲେ l ଲୋକମାନଙ୍କୁ ସଚେତନ କରିବାପାଇଁ ସମଗ୍ର ଜିଲ୍ଲା ସ୍ତରରେ ସାଇବର ରଥ ମଧ୍ୟ ବୁଲୁଛି l ଏହାସହିତ ପଥପ୍ରାନ୍ତ ନାଟକ ମାଧ୍ୟମରେ ମଧ୍ୟ ଲୋକଙ୍କୁ ସଚେତନ କରାଯାଉଛି l ସାଇବର ଠକାମିର ଶିକାର ହଉଥିବା ଲୋକ 1930 ହେଲ୍ପ ଲାଇନ ନମ୍ବର ରେ ଯୋଗାଯୋଗ କରିବାକୁ ଆରକ୍ଷୀ ଅଧିକ୍ଷକ କହିଛନ୍ତି l ଆଜି ଏହି କାର୍ଯ୍ୟକ୍ରମ ଅବସରରେ କୁଇଜ଼ ପ୍ରତିଯୋଗିତା ଏବଂ ନାଟକ ପ୍ରଦର୍ଶିତ ହେଇଥିଲା l
ଏହି ପ୍ରରିପ୍ରେକ୍ଷୀରେ ଆସନ୍ତାକାଲି ସନ୍ଧ୍ୟା 6ଟାରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମଖରେ ରାହାଗିରି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ଏ ସମସ୍ତ କାର୍ଯ୍ୟକ୍ରମ ଟାଟା ଷ୍ଟିଲର ସହାଭାଗିତା ରେ ଅନୁଷ୍ଠିତ ହେଉଛି l
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲଳିତ ମୋହନ ବେହେରା, ଜିଲ୍ଲାପରିଷଦ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଜ୍ୟୋତି ଶଙ୍କର ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ବିଶ୍ୱାଳ ଓ ପୋଲିସ ବିଭାଗର ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ରହିଥିଲେ l




