ସାଧାରଣ ଜନସେବା ସଭା
———————————
ବରଗଡ ତା:15-10*23ସଂଯୁକ୍ତ ଯୁବ ସଂଗଠନ, ବରଗଡ ଜିଲ୍ଲା, ସୋହେଲା ବ୍ଲକ ସ୍ଥିତ ସମ୍ପାଦକ ଶ୍ରୀ ଦେବଦତ୍ତ ତ୍ରିପାଠୀ ଙ୍କ ଆବାହକପ୍ତରେ ଶାନ୍ତି ତପୋବନ ଆଶ୍ରମ, ମାତୃଛାୟା, ବାନପ୍ରସ୍ଥ, ଚକରକେନ୍ଦ ଛକ ର ସ୍ଥାଇପ୍ତ ଓ ଭବିଷ୍ୟତ କୁ ନେଇ ଏକ ସାଧାରଣ ଜନସେବା ସଭା ଶ୍ରୀ ଗିରିଜା ଶଙ୍କର ଆଚାର୍ଯ୍ୟ ଙ୍କ ସଭାପତିପ୍ତରେ ଅନୁଷ୍ଠିତ ହୋଇଯାଇଛି lଉକ୍ତ ସଭାରେ ପ୍ରଥମେ ଶ୍ରୀ ସୁରେନ୍ଦ୍ର ମେହେର ସଭାପତି ସଂଯୁକ୍ତ ଯୁବ ସଂଗଠନ ଉପସ୍ଥିତ ପ୍ରତିନିଧି ମାନଙ୍କୁ ସ୍ୱାଗତ କରି ଉକ୍ତ ସଭାର ସଭାପତି ଚୟନ କରିବା ଓ ସଭାପତିଙ୍କ ଆଦେଶ କ୍ରମେ ଶ୍ରୀ ଦେବଦତ୍ତ ତ୍ରିପାଠୀ ଶାନ୍ତି ତପୋବନ ଆଶ୍ରମ, ମାତୃଛାୟା, ବାନପ୍ରସ୍ଥ ର ଅତୀତ ତଥା ସଯୁକ୍ତ ଯୁବ ସଂଗଠନ ଦ୍ୱାରା କାହିଁକି ମାତୃଛାୟା ଓ ବାନପ୍ରସ୍ଥ ଆରମ୍ଭ କରାଗଲା ଓ ବର୍ତ୍ତମାନ ସ୍ଥିତି, ସ୍ଥାୟିପ୍ତ ତଥା ଆଶ୍ରମ ବର୍ତ୍ତମାନ ଚାଲୁଥିବା ଗୃହ ଭଡାରେ ଓ ଗୃହ ମାଲିକ ଘର ଛାଡିବା ପ୍ରସଙ୍ଗ ନେଇ କୋର୍ଟ ର ଦ୍ୱାରସ୍ଥ ହେବା ବିଷୟ ଉପରେ ସନ୍ଦେହ ପ୍ରକାଶ କରି ଏହାର ଭବିଷ୍ୟତ କିପରି ସୁଦୃଢ ହୋଇପାରିବ ତାହା ଉପସ୍ଥିତ ପ୍ରତିନିଧି ମାନଙ୍କୁ ନିବେଦନ କରିଥିଲେ l
ଉକ୍ତ ସଭାରେ ଶ୍ରୀ ଗୌର ଖମାରି ଚାଷୀ ନେତା, ବଳିଷ୍ଠ ପ୍ରଧାନ ଶିକ୍ଷକ, ଧ୍ରୁବ ଚରଣ ହୋତା, ଅବସରପ୍ରାପ୍ତ ରାଜସ୍ବ କର୍ମଚାରୀ, ପ୍ରମୋଦ ହୋତା, ପାଣ୍ଡଵ ବେହେରା,ଅବସରପ୍ରାପ୍ତ ଅଧ୍ୟାପକ,ଲୋକେଶ ସାହୁ, ସରପଞ୍ଚ, ଶ୍ରୀଗୀଡା, ପ୍ରଫୁଲ୍ଲ ନାଏକ ସରପଞ୍ଚ, ଗୋବିନ୍ଦପୁର, ବନ୍ଦୋବସ୍ତ ପ୍ରଧାନ, ଅବସରପ୍ରାପ୍ତ ସୈନିକ , ପ୍ରକୃତି ବନ୍ଧୁ ରାମଚନ୍ଦ୍ର ସାହୁ, ପାଣ୍ଡଵ କର୍ଣ୍ଣ ରକ୍ତ ଦାତା ତଥା ସାମାଜିକ କର୍ମୀ,ମୁକୁନ୍ଦ ଦାଶ, ସାମାଜିକ କର୍ମୀ, ଭକ୍ତ ପ୍ରଧାନ, ଅବସରପ୍ରାପ୍ତ ବ୍ୟଙ୍କ ଅଧିକାରୀ, ଦିବାକର ମାଝୀ ସାମଜିକ କର୍ମୀ ଆଲୋଚନାରେ ଭଗନେଇ ମୂଲ୍ୟବାନ ପ୍ରସ୍ତାବ ମାନ ପ୍ରଦାନ ତଥା ଆଶ୍ରମ ପାଇଁ ବର୍ତ୍ତମାନ ବିକଳ୍ପ ଗୃହ, ଗୃହ ନିର୍ମାଣ ପାଇଁ ଜମି ଓ ପାଣ୍ଠି ସଂଗ୍ରହ, ଜିଲ୍ଲାପାଳଙ୍କୁ ସାକ୍ଷାତ କରିବା ଓ କୋର କମିଟି ଗଠନ ଆଦି ବିଷୟ ଉପରେ ଆଲୋଚନା କରିଥିଲେ l
ଏହାପରେ ଏକ କୋର କମିଟି ଗଠନ କରାଯାଇ ସର୍ବସମ୍ମତି କ୍ରମେ ଶ୍ରୀ ପାଣ୍ଡଵ କର୍ଣ୍ଣ, ଶ୍ରୀମତୀ ନଳିନୀ ବାଗ, ଶ୍ରୀ ଧ୍ରୁବ ଚରଣ ହୋତା, ବଳିଷ୍ଠ ପ୍ରଧାନ, ଦିବାକର ମାଝୀ, ପାଣ୍ଡବ ବେହେରା, ରଂଜିତ ସାହୁ, ଗୌର ଖମାରି, ଦେବଦତ୍ତ ତ୍ରିପାଠୀ, ଭକ୍ତ ଚରଣ ପ୍ରଧାନ, ପ୍ରଫୁଲ୍ଲ କୁମାର ନାଏକ, ବନ୍ଦୋବସ୍ତ ପ୍ରଧାନ, ଲବଙ୍ଗ ସାହୁ ଙ୍କୁ କୋର କମିଟି ରେ ମନୋନୀତ କରାଯାଇଥିଲା ଓ ସର୍ବସମ୍ମତି କ୍ରମେ କମିଟି ର ଶ୍ରୀ ପାଣ୍ଡଵ ବେହେରା ଙ୍କୁ ସଭାପତି ଓ ପ୍ରକାଶ ଚନ୍ଦ୍ର ଭୋଇ ଙ୍କୁ କୋଷାଧକ୍ଷ ଭାବେ ମନୋନୀତ କରାଯାଇଥିଲା l




