ଆମେରିକାରେ ପୁଣି ଆଖିବୁଜା ଗୁଳିଚାଳନା । ଜଣେ ବ୍ୟକ୍ତି ଏକ ଜନବହୁଳ ଜାଗାରେ ଆଖି ବୁଜା ଗୁଳି ଚାଳନା କରିଛନ୍ତି । ଫଳରେ ଅତିକମରେ ୨୨ ଜଣଙ୍କର ମୃତ୍ୟୁ ଘଟିଛି । ୬୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ଅଛି ।
ପୋଲିସ ସୂଚନା ଅନୁଯାୟୀ ବୁଧବାର ରାତିରେ ଜଣେ ଶୁଟର ଏପରି ଘଟଣା ଘଟାଇଛନ୍ତି ।




