ଟ୍ରକ୍ ସ୍କୁଟି ମୁହାମୁହିଁ ଧକ୍କା
ଅଳ୍ପକେ ବର୍ତ୍ତୀ ଗଲେ ସ୍କୁଟି ଚାଳକ
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ସମ୍ମୁଖରେ ଆଜି ଏକ୍ ସ୍କୁଟି ଓ କୋଇଲା ଟ୍ରକ୍ ମଧ୍ୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ ଦୁର୍ଘଟଣା ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ହେଲେ ଓଡ଼ାପଡ଼ା ବ୍ଲକ ର ମଙ୍ଗଳପୁର ଗ୍ରାମ ନିର୍ମଳ ବେହେରା ଙ୍କ ପୁଅ ଉଦୟ ବେହେରା । ଉଦୟ ପରିବାର ଲୋକଙ୍କ ପାଇଁ ମେଡିସିନ ନେଇ ଘର କୁ ଫେରିବା ସମୟରେ ଭାରସାମ୍ଯ ହରାଇ ଟ୍ରକ୍ ନମ୍ବର OD 35 F 8172 ସହିତ ଦୁର୍ଘଟଣା ଘଟି ଗୁରୁତ୍ତର ହୋଇଥିଲେ। ଘଟଣାସ୍ଥଳରେ ସାମ୍ବାଦିକ ସଂଘ ସଦସ୍ୟ ଲଲାଟେନ୍ଦୁ ନାଏକ ପହଞ୍ଚି ଗୁରୁତ୍ତର ଉଦୟ କୁ ବଅଁରପାଳ ସି ଏଚ ସି କୁ ସ୍ଥାନାନ୍ତରିତ କରାଇଥିଲେ। ଘଟଣାସ୍ଥଳରେ ବଅଁରପାଳ ପୋଲିସ ପହଞ୍ଚି ଦୁଇ ବାହାନ କୁ ଜବତ କରି ଦୁର୍ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।




