ଅନୁଗୋଳ, ତା.୨୩.୧୧:- ଆଜି ପୂର୍ବାହ୍ନରେ ମହାନ ବିପ୍ଲବୀ, ସର୍ବୋଦୟ ନେତା,ବିଶିଷ୍ଟ ଜନନାୟକ ତଥା ଓଡିଶାର
ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗୀୟ ନବକୃଷ୍ଣ ଚୌଧୁରୀଙ୍କର ଜିଲ୍ଲା ସ୍ତରୀୟ ୧୨୨ତମ ଜନ୍ମ ଜୟନ୍ତୀ ଉତ୍ସବ ସ୍ଥାନୀୟ ସଭାଘର ଠାରେ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଜୟନ୍ତୀ ଉତ୍ସବରେ ମାନ୍ୟବର ମନ୍ତ୍ରୀ ଓଡିଆ ଭାଷା,ସାହିତ୍ୟ,ସଂସ୍କୃତି ଏବଂ ଅବକାରୀ ଓ ପର୍ଯ୍ୟଟନ ବିଭାଗ ଶ୍ରୀ ଅଶ୍ଵିନୀ ପାତ୍ର ମୁଖ୍ୟ ଅତିଥୁ ଭାବେ ଯୋଗ ଦେଇ ଅନୁଗୋଳ ଜିଲ୍ଲାର ସ୍ବାଧୀନତା ସଂଗ୍ରାମୀ,ମହାନ ଜନସେବକ ସ୍ବର୍ଗତ ନବକୃଷ୍ଣ ଚୌଧୁରୀଙ୍କର ପୂର୍ଣ୍ଣ ଅବୟବ ବ୍ରୋଞ ପ୍ରତିମୂର୍ତ୍ତୀ ସଭାଘର ପରିସରରେ ଅନାବରଣ କରିଥିଲେ । ଏହା ପରେ ସଭାଘରେ ଅନୁଷ୍ଠିତ ସାଧାରଣ ସଭାରେ ଯୋଗ ଦେଇ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ଦୂର ଦୃଷ୍ଟି ସମ୍ପନ୍ନ ଯୋଜନା ପାଇଁ ଓଡିଶା ରାଜ୍ୟ ସମ

ଗ୍ର ଦେଶରେ ବିକାଶ କ୍ଷେତ୍ରରେ ପ୍ରଥମ ସ୍ଥାନ ଅଧିକାର କରିଛି । ରାସ୍ତା ଘାଟ ଠାରୁ ଆରମ୍ଭ କରି ଶିକ୍ଷା, ସ୍ୱାସ୍ଥ୍ୟ,ମହିଳା ସଶକ୍ତିକରଣ,ବନ୍ୟା,ବାତ୍ୟା ଓ ମରୁଡିର ନିୟନ୍ତ୍ରଣ କ୍ଷେତ୍ରରେ ଅଦଭୁତ ପୂର୍ବ ସଫଳତା ହାସଲ କରିପାରିଛି ଯାହା ବିଶ୍ବ ଦରବାରରେ ଓଡିଶାର ପରିଚୟ ସୃଷ୍ଟି କରି ପାରିଛି ବୋଲି ସେ ନିଜ ଅଭିଭାଷଣରେ ବର୍ଣ୍ଣନା କରିଥିଲେ । ସମ୍ମାନୀତ ବକ୍ତା ଭାବେ ଡ.ଇନ୍ଦିରା ଦାସ, ଡ.କୁଳମଣୀ ନାୟକ ଏବଂ ମୁଖ୍ୟ ବକ୍ତା ଡ.ଧରଣୀ ଧର ନାଥ ସ୍ବର୍ଗତ ନବକୃଷ୍ଣ ଚୌଧୁରୀଙ୍କ ସରଳ ଜୀବନ ଆଦର୍ଶ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ । ମାନ୍ୟବର ବିଧାୟକ,ଅନୁଗୋଳ ଶ୍ରୀ ରଜନୀକାନ୍ତ ସିଂହ ତାଙ୍କ ଅଭିଭାଷଣରେ ସ୍ବର୍ଗତ ଚୌଧୁରୀଙ୍କୁ ଜଣେ ଅମାୟିକ,ମିଷ୍ଟଭାଷା ସରଳ ମଣିଷ ଭାବେ ବିବେଚନା କରିଥିଲେ । ତାଙ୍କ ଜୀବନ ଚରିତ୍ର ବର୍ଣ୍ଣନା କରିବାକୁ ଯାଇ କହିଥିଲେ ସେ ଏଭଳି ଜଣେ ମଣିଷ ଥିଲେ ଯିଏ ନିଜର ମୃତ୍ୟୁ ପରେ ତାଙ୍କ ନାମରେ ସମ୍ପତ୍ତା, ପ୍ରତିମୂର୍ତ୍ତୀ ସ୍ଥାପନ, ରାସ୍ତାଘାଟର ନାମକରଣ ଇତ୍ୟାଦିର ବିରୋଧ କରୁଥିଲେ । ମାନ୍ୟବର ସାଂସଦ ଢେଙ୍କାନାଳ ଶ୍ରୀ ମହେଶ ସାହୁ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ସମ୍ପର୍କରେ ପ୍ରକାଶିତ ପୁସ୍ତକମାଳା ଏବଂ ଅପ୍ରକାଶିତ ତଥ୍ୟ ସମ୍ପର୍କରେ ଲେଖା ଆମ ପ୍ରତିଭା ଆମ ସମ୍ମାନ ଅନୁଷ୍ଠାନକୁ ପ୍ରେରଣ କରିବା ପାଇଁ ଉପସ୍ଥିତ ଥିବା ସମସ୍ତ ବୁଦ୍ଧିଜିବୀଙ୍କୁ ଅନୁରୋଧ କରିଥିଲେ ଯାହା ଭବିଷ୍ୟତରେ ଏକ ପୁସ୍ତକ ରୂପେ ପ୍ରକାଶିତ କରିବା ପାଇଁ ସେ ଚେଷ୍ଟା କରିବେ ବୋଲି କହିଥିଲେ । ରାଜ୍ୟ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ଦିଲିପ କୁମାର ରାଉତରାଏ ସ୍ବର୍ଗତ ଚୌଧୁରୀଙ୍କ ଜୀବନର ୪ଗୋଟି ମନ୍ତ୍ର A.B.C.D (Attitude, Belief, Character and Determination) ସମ୍ପର୍କରେ ବାଖ୍ୟା କରିଥିଲେ । ଅନୁଗୋଳ ପୌରପାଳିକା ଅଧ୍ୟକ୍ଷ ଶ୍ରୀ ଅକ୍ଷୟ କୁମାର ସାମନ୍ତ ସ୍ବର୍ଗତ ଚୌଧୁରୀଙ୍କୁ ଅନୁଗୋଳର ଗର୍ବ ଓ ଗୌରବ ବୋଲି ବର୍ଣ୍ଣନା କରି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ସମସ୍ତଙ୍କୁ ପ୍ରେରଣା ଦେଇଥିଲେ । ଅନ୍ୟମାନଂକ ମଧ୍ୟରେ ସ୍ବର୍ଗତ ନବକୃଷ୍ଣ ଚୌଧୁରୀଙ୍କ ସୁପୁତ୍ରୀ ତଥା ବାଜିରାଉତ ଛାତ୍ରାବାସର ମୁଖ୍ୟ ଉପଦେଷ୍ଟା ଶ୍ରୀମତୀ କ୍ରିଷ୍ଣା ମାହାନ୍ତି,ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସୁରେନ୍ଦ୍ରନାଥ ରାୟଗୁର ଟାମଡାର ଅଧ୍ୟକ୍ଷ ଶ୍ରୀ ମାନକେତନ ଅମାତ,ବସୁଧା ଉପଦେଷ୍ଟା ଶ୍ରୀ ଦିନେଶ ପ୍ରଧାନ,ସଂସ୍କୃତି ବିଭାଗ ପୂଜ୍ୟ ପୁଳା ସଂସଦର ଶ୍ରୀ ଲକ୍ଷ୍ମୀ ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।




