ଜଗତସିଂହପୁର
ତା =15/12/23
ଜଗତସିଂହପୁର ଜ଼ିଲ୍ଲା ର ବହୁ ପ୍ରାଚୀନ ସ୍ୱାମୀ ବିବେକାନନ୍ଦ ସ୍ମାରକୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର 1982ମସିହା କଳା, ବିଜ୍ଞାନ, ବାଣିଜ୍ୟ ବିଭାଗରେ ପାଠ ପଢ଼ୁଥିବା ଛାତ୍ର ଛାତ୍ରୀମାନଙ୍କ ପକ୍ଷରୁ ସ୍ୱତନ୍ତ୍ର ବନ୍ଧୁ ମିଳନ ଉଛବ କାର୍ଯ୍ୟକ୍ରମ ପାରାଦ୍ୱୀପ ନେହେରୁ ବଙ୍ଗଳା ମୁହାଣ ଠାରେ ଅନୁଷ୍ଠିତ ହୋଇଯାଇଛି | ଏହି ଅବସରରେ ଛାତ୍ର ଧୂଲେଶ୍ୱର ଜେନା ଙ୍କ ଅକାଳ ବିୟୋଗ ରେ ଆମର ଆତ୍ମା ର ସଦଗତି କାମନା କରି ଈଶ୍ୱଇ ଙ୍କ ନିକଟରେ ଦୁଇ ମିନିଟ ନିରବ ପ୍ରାଥନା କରାଯାଇଥିଲା |ତାହାପରେ ଦୀର୍ଘ ଚାଳିଶି ବର୍ଷର ଅଭୁଲା ସ୍ମୁତି କୁ ରୋମନ୍ଥନ କରି ଜୀବନର ସେହି ଅଭୁଲା ସ୍ମରଣୀୟ ସ୍ମୁତି ରେ ସମସ୍ତ ଛାତ୍ର ଛାତ୍ର ଭାବବିହୋଳ ହୋଇଯାଇଥିଲେ | ପରସ୍ପର ମଧ୍ୟ୍ୟ ରେ ଏକତା, ଅଖଣ୍ଡତା,ସାହାଯ୍ୟ ସହଯୋଗ ସଦାସର୍ବଦା ବଜାୟ ରଖିବା ସହିତ ସମ୍ପର୍କ ଡୋରିରେ ଏକତା ସୂତ୍ରରେ ବାନ୍ଧି ରହିବାକୁ ସଂକଳ୍ପ ନେଇଥିଲେ | ଏ ସମସ୍ତ କାର୍ଯ୍ୟକ୍ରମ କୁ ଇଂ ବିଜୟ କୁମାର ସାହୁ, ଶିଳ୍ପପତି ହେମନ୍ତ କୁମାର ରଥ, ବରିଷ୍ଟ ଆଇନୀଜୀ ବୀର ନାରାୟଣ ପାତ୍ର, ପ୍ରଶାନ୍ତ କୁମାର ମହାପାତ୍ର, ଇଂ ପ୍ରଭାତ ଆଚାର୍ଯ୍ୟ, ଦିଲ୍ଲୀପ କୁମାର ଦଳାଇ, ନାରାୟଣ ରାଉଳ, ସୁରେଶ ଚନ୍ଦ୍ର ରାଉତ, ପ୍ରମୁଖ ପରିଚାଳନା କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

September 19, 2026/
No Comments



