ବଅଁରପାଳ- ଏହି ବ୍ଲକ ଅନ୍ତର୍ଗତ କୁଲାଡ଼ ଗ୍ରାମସ୍ଥିତ ନାଲକୋନଗର ଉଚ୍ଚ ମଧ୍ୟାମିକ ବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ପ୍ରଯୋଜିତ ସମନ୍ୱିତ ଯୁବ ବିକାଶ ଅଭିଯାନ ତଥା ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ଖେଳକୁଦ, ପରିଚ୍ଛନ୍ନତା ଓ ପରିମଳ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଛାତଛାତ୍ରୀ ମାନେ ନିକଟସ୍ଥ ହନୁମାନ ମନ୍ଦିରରୁ କ୍ରୀଡାମଶାଲକୁ ଶୋଭାଯାତ୍ରାରେ ଆଣି ଖେଳପଡିଆରେ ସ୍ଥାପନ କରିଥିଲେ l ମୁଖ୍ୟଅତିଥି ଭାବେ ନାଲକୋ ଡିଜିଏମ(ଏସ ଆଣ୍ଡ ପି) ରାଜାରାମ ମିଶ୍ର ଓ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟା ମୀରା ଗଡ଼ନାୟକ ଯୋଗଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ l ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ତରୁଣ କୁମାର ପଣ୍ଡାଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଉତ୍ସବରେ ଅତିଥିମାନେ ନିଜ ଅଭିଭାଷଣରେ ପାଠ ପଢିବା ସହ ଖେଳକୁଦରେ ଅଂଶଗ୍ରହଣ କରି ନିଜ ଭିତରେ ରହିଥିବା ଲୁକ୍କାୟିତ ପ୍ରତିଭାକୁ ପରିପ୍ରକାଶ କରିବାକୁ ଉପଦେଶ ଦେଇଥିଲେ l ଅତିଥିଙ୍କ ଆଗରେ ଛାତ୍ରଛାତ୍ରୀ ମାନେ କ୍ରୀଡାଶିକ୍ଷକ ସଞ୍ଜୟ କୁମାର ପୃଷ୍ଟିଙ୍କ ତତ୍ୱାବଧାନରେ ଖୋଖୋ ପ୍ରତିଯୋଗୀତା ପ୍ରଦର୍ଶନ କରିଥିଲେ l ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l

April 18, 2026/
No Comments



