ଅନୁଗୋଳ ସଦର ଥାନା ଅନ୍ତର୍ଗତ ନୂଆ ବାଇପାସ୍ ଶାଳବଣି ଅଞ୍ଚଳରେ ଥିବା ଏକ ଜମ୍ବୁ ଗଛ ରୁ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର କରିଛି ପୋଲିସ । ସୂଚନା ଯେ, ବେନ୍ତପୁର ପଞ୍ଚାୟତ ର ମୁଣ୍ଡହତା ର ବସନ୍ତ ନାଏକ ଙ୍କ ପୁଅ ବଳିଆ ନାଏକ (୨୨) ଗତ କାଲି ସନ୍ଧ୍ୟା ସମୟରୁ କାମ କରିବାକୁ ଘର ବାହାରକୁ ଯାଇଥିଲେ। ଆଜି ସକାଳ ସମୟରେ ନୂଆ ବାଇପାସ୍ ଶାଳବଣି ଅଞ୍ଚଳରେ ଥିବା ଏକ ଜମ୍ବୁ ଗଛ ରେ ବଳିଆ ଙ୍କ ମୃତ ଦେହ ଝୁଲି ରହିଥିବା ଅଞ୍ଚଳବାସୀ ଦେଖି ବଳିଆ ଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପରିବାର ଲୋକ ପହଁଚି ସଦର ଥାନା କୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପୋଲିସ ପହଁଚି ମୃତ ଦେହ ଉଦ୍ଧାର କରିବା ସହିତ ତଦନ୍ତ ଆରମ୍ଭ କରିଛି।

April 18, 2026/
No Comments



