ଅନୁଗୋଳ/ବଅଁରପାଳ,୮/୫- ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବଉଳିଗଡ଼, ଗଡ଼ସନ୍ତ୍ରୀ ଓ ତୁଳସୀପାଳ ପଞ୍ଚାୟତରେ ବିଜେଡି ଦଳ ପକ୍ଷରୁ ମାରାଥନ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ସମସ୍ତ ପଂଚାୟତରେ ହୋଇଥିବା କର୍ମୀ ସମ୍ମିଳନୀରେ ପ୍ମାଗମ ହୋଇଥିଲା l ଏହି ଅବସରରେ ତୁଳସିପାଳ ପଞ୍ଚାୟତରେ ହୋଇଥିବା କର୍ମୀ ସମ୍ମିଳନୀରର ବରିଷ୍ଠ ବିଜେଡି ନେତା ଉଦୟ କୁମାର ଦାଶଙ୍କ ସଭାପତିତ୍ୱରେ ସମ୍ମିଳନୀ ଅନୁଷ୍ଠିଙ୍ଗ ହୋଇଥିଲା l
ମଣ୍ଡଳୀର ବିଜେଡି ପ୍ରାର୍ଥୀନୀ ସଂଯୁକ୍ତା ସିଂହ ଓ ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଡ଼ଃ ଅବିନାଶ ସାମଲ ଯୋଗଦେଇ ବିଜେଡି ସରକାରଙ୍କ ଜନ ହିତକାରୀ ଓ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଉପସ୍ଥାପନା କରିବା ସହ କେନ୍ଦ୍ର ବିଜେପି ସରକାରଙ୍କ ଓଡିଶା ପ୍ରତି ବୈମାତୃକ ସମ୍ପର୍କରେ ନିଜ ବକ୍ତବ୍ୟ ମାଧ୍ୟମରେ ଉପସ୍ଥାପନ କରିବା ସହ ଆସନ୍ତା ନିର୍ବାଚନରେ ଯୋଡି ଶଙ୍ଖରେ ଭୋଟ ଦେବାକୁ ଅନୁରୋଧ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଅନୁଗୋଳ ବିଧାୟକ ବିଧାୟକ ରଜନୀକାନ୍ତ ସିଂହ, ବିଜେଡି ସଭାପତି ଦୁଃଖବନ୍ଧୁ ବିଶ୍ଵାଳ ,ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ପ୍ରତିମା ସାହୁ ,ମଞ୍ଜୁଲତା ସାହୁ ,ସରପଞ୍ଚ ସୁନୀତା ସେଠୀ, ସମିତିସଭ୍ଯ କର୍ଣ୍ଣ ଗୋଚ୍ଛାୟତ ,ଜିଲ୍ଲା ବିଜେଡି ଉପସଭାପତି ବାଉରୀବନ୍ଧୁ ସାହୁ ,ସାଧାରଣ ସମ୍ପାଦକ ଅନିରୁଦ୍ଧ ସାହୁ ଓ ମହିଳା ସଂଗଠନ ସମ୍ପାଦକ ଉର୍ମିଲା ଗଡନାୟକଙ୍କ ସମେତ ତୁଳସୀପାଳ ପଞ୍ଚାୟତ ଅନ୍ତର୍ଗତ ତୁଳସୀପାଳ, ଲଙ୍ଗୁଳିଆବେଡା , ତୁଳସୀପାଳ, କଙ୍କିନାଳୀ ଓ ଗାଢ଼ରଖାଇ ଗ୍ରାମର ବହୁ ସଂଖ୍ୟକ ବିଜୁପ୍ରେମୀ ପୁରୁଷ ଓ ମହିଳା କର୍ମୀ ଉପସ୍ଥିତ ଥିଲେ l

April 19, 2026/
No Comments


