ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ ୨୦୨୫ରୁ ୨୦୨୯ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି । ୪ ବର୍ଷ ମଧ୍ୟରେ ୧୧ଟି ମହିଳା ଟିମ ୪୦୦ରୁ ଊର୍ଦ୍ଧ୍ୱ ମ୍ୟାଚ ଖେଳିବେ । ମହିଳା କ୍ରିକେଟରେ ଚାମ୍ପିୟନ୍ସ ଟ୍ରଫିର ଆୟୋଜନ କରାଯିବ ବୋଲି ଏହି କାର୍ଯ୍ୟସୂଚୀରେ ଘୋଷଣା କରାଯାଇଛି । ପ୍ରତ୍ୟେକ ଟିମ ଘରେ ଏବଂ ବାହାରେ ଫର୍ମାଟରେ ମ୍ୟାଚ ଖେଳିବେ ।ଭାରତୀୟ ମହିଳା ଟିମ ଏହି ୪ ବର୍ଷ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ସହ ତ୍ରିରାଷ୍ଟ୍ରୀୟ ସିରିଜ ଖେଳିବ । ଇଂଲଣ୍ଡରେ ଏହି ବିଶ୍ୱକପ ଖେଳାଯିବ ।୨୦୨୯ ବିଶ୍ୱକପରେ ୧୧ ଟିମକୁ ସ୍ଥାନ ମିଳିବ ବୋଲି ଘୋଷଣା କରାଯାଇଛି । ୁ ଦିନିକିଆରେ ୪୪ ସିରିଜରେ ୧୩୨ ମ୍ୟାଚ ଖେଳାଯିବ । ଜିମ୍ବାୱେ ପ୍ରଥମ ଥର ଆଇସିସି ମହିଳା ଚାମ୍ପିୟନଶିପରେ ଅଂଶଗ୍ରହଣ କରିବ । ପ୍ରାୟ ସମସ୍ତ ଟେଷ୍ଟ ଖେଳୁଥିବା ଦେଶ ପରସ୍ପର ବିରୋଧରେ ସିରିଜ ଖେଳିବେ ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-1-scaled.jpg)


