ଭୂବନେଶ୍ୱର, ୦୭/୧୧ : ବଲାଙ୍ଗୀର ଜିଲା ବୁଦୁଲା ଅଞ୍ଚଳରେ ଘଟିଛି ଜଘନ୍ୟ ଅପରାଧ । ଚାଉଳ ଦେବାକୁ ଡାକି ଜଣେ ବିଧବା ମହିଳାଙ୍କୁ ଦୁଷ୍କର୍ମ କରାଯାଇଛି । ଏହି ଜଘନ୍ୟ ଅପରାଧ ଘଟାଇଛନ୍ତି ଯୋଗାଣ ବିଭାଗ କର୍ମଚାରୀ । ବୁଦୁଲା ଯୋଗାଣ ସହାୟକ ଏବଂ ସହଯୋଗୀ ପୀଡ଼ିତାଙ୍କୁ ଚାଉଳ ଦେବାକୁ ଡକାଇଥିଲେ। ପୀଡ଼ିତା ପହଞ୍ଚିବା ପରେ ସେମାନେ ତାଙ୍କ ଦୁଷ୍କର୍ମ କରିଥିଲେ।
ଦୁଷ୍କର୍ମର ଭିଡିଓ ସେମାନେ ମୋବାଇଲରେ କଏଦ କରିଥିଲେ। ପରବର୍ତ୍ତୀ ସମୟରେ ଅଭିଯୁକ୍ତମାନେ ଭିଡିଓକୁ ଭାଇରାଲ କରିଦେଇଥିଲେ। ଏ ସମ୍ପର୍କରେ ପୀଡ଼ିତା ଥାନାରେ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଛି। ଅଭିଯୁକ୍ତ ଦ୍ଵୟ ଫେରାର ଥିବାରୁ ସେମାନଙ୍କୁ ଧରିବା ଲାଗି ପୁଲିସ ସ୍ଵତନ୍ତ୍ର ଟିମ ଗଠନ କରିଛି। ମୁଖ୍ୟ ଯୋଗାଣ ଅଧିକାରୀ ଖବର ପାଇବା ପରେ ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦେଶ ଦେଇଛନ୍ତି। ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଯୋଗାଣ ନିରୀକ୍ଷକଙ୍କୁ କହିଥିବା ସୂଚନା ମିଳିଛି।



