ଢେଙ୍କାନାଳ: ମିନା ବଜାର ମଉଡ଼ ମଣୀ ରାଜ ଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ପକ୍ଷରୁ ମିନା ବଜାର ଦଧି ବାବନ ମନ୍ଦିର ଜିଉ ପରିସର ରେ ଥିବା ଲକ୍ଷ୍ମୀଙ୍କ ସମ୍ମୁଖରେ ରାସ ଉତ୍ସବ ମହା ଆଡ଼ମ୍ବରରେ ପାଳନ କରାଯାଇଥିଲା। ୧୧ ତାରିଖ ଦିନ ଅଧିବାସ ପୂଜା ଆରମ୍ଭ ହୋଇଥିଲା ପ୍ରେତେକ ଦିନ ରାସ ବେଦୀ କୁ ରାଧା କୃଷ୍ଣ ଙ୍କୁ ବିଜେ କରାଯାଇ ମଙ୍ଗଳ ଆଳତୀ, ସ୍ନାନ, ତୁଳସୀ ହାର, ବିଭିନ୍ନ ପ୍ରକାରର ଫଳ ଭୋଗ ଲାଗି ହେଉଛି। ସନ୍ଧ୍ୟା ବେଳେ ଆଳତୀ, ରାତ୍ର ରେ ବିଭିନ୍ନ ଭୋଗ ଲାଗି ହେବା ପରେ ପହଡ଼ ପଡ଼ିବ।୧୫ ତାରିଖ ଦିନ ରାସ ର ଉଦଯାପନୀ ହେବ। ପୂଜକ ରବି ନାରାୟଣ ଦାସ ପୂଜା ଅର୍ଚ୍ଚନା କରୁଛନ୍ତି।ସଭାପ ତି ରବି ନାରାୟଣ ମହାନ୍ତି, ସମ୍ପାଦକ ପିତବାସ ସାହୁ ଙ୍କ ନେତୃତ ଏହି ପୂଜା ଅନୁଷ୍ଠିତ ହୋଇଥିଲା।

September 21, 2026/
No Comments


