ଅଦ୍ୟ ତା.14.11.2024 ପୁରୁଷୋତ୍ତମ ସରକାରୀ ଉଚ୍ଚ ବିଦ୍ୟାଳୟ ,ରୁଚିଦା ଠାରେ ଶିଶୁ ଦିବସ ପାଳିତ ହୋଇ ଯାଇଛି
ଶିଶୁ ଦିବସ ଅବସରରେ ଏଠାରେ millets food festival ପାଳିତ ହୋଇଥିଲା ଏହି ଅବସର ରେ ଆମ୍ବାଭୋନ ବ୍ଲକ ର ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ମୋହନଚରଣ ମହନ୍ତ ,ସରପଞ୍ଚ ଚନ୍ଦ୍ରକଳା ଦେହେରୀ, ବିଦ୍ୟାଳୟ ର ମୋ ସ୍କୁଲ ର ଅଭିଯାନ ଅଧ୍ୟକ୍ଷ ଜୟପ୍ରକାଶ ବେହେରା ଙ୍କ ସମେତ ମିଲେଟ ର କର୍ମକର୍ତ୍ତା ଗଣ ଯୋଗଦେଇଥିଲେ l ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଭାଷଣ ପ୍ରତିଯୋଗୀତ ହେଇଥିଲା। ଏଥିରେ ନବମ ଶ୍ରେଣୀ ର ଛାତ୍ରୀ ଓମ୍ ପ୍ରଭା ସେଠ୍ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଗୋବିନ୍ଦ ଡନଶନା ଓ ସୁଭଦ୍ରା ମେହେର ଯଥାକ୍ରମେ ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏହି କାର୍ଯ୍ୟକ୍ରମ ରେ ହିନ୍ଦୀ ଶିକ୍ଷକ ସୁବୋଧ ଭୋଇ ମଞ୍ଚ ପରିଚାଳନା କରିଥିବା ବେଳେ ହରବଳଭ୍ ପଧାନ,ପ୍ରଭାତ କୁମାର ନାଏକ, ତନୟା ଡନସନା , ପୁଷ୍ପାଙ୍ଗିନୀ ଭୁଏ , ମେନକା ସୁନା, ମେନକା ମେହେର , ବଳରାମ ରଣା ,ସବିତା ଦେହେ ରୀ ସହଯୋଗ କରିଥିଲେ ।ପ୍ରଧାନ ଶିକ୍ଷକ ଅଜୟ କୁମାର ମେହେର ଙ୍କ ତତ୍ପଵଧାନ ରେ ଆୟଜିତ ହୋଇଥିଲା l ବିଦ୍ୟାଳୟ ବରିଷ୍ଟ ବିଜ୍ଞାନ ଶିକ୍ଷୟତ୍ରୀ ରୀନା କୁମାରୀ ମେହେର ଏହି କାର୍ଯକ୍ରମ ରେ ଧନ୍ୟବାଦ ଅର୍ପଣ କରିଥିଲେ l
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-1-scaled.jpg)


