ବନ ବିଭାଗର ଚଢ଼ଉ,ଖଣି ମାଫିଆ ଓ ଡ଼୍ରାଇଭର ଚମ୍ପଟ, ଗୋଟିଏ ଗାଡି ଜବତ
କେନ୍ଦୁଝର ଜିଲ୍ଲା ଯୋଡା ଖଣି ମଣ୍ଡଳରେ ଖଣିଜ ଚୋରା କାରବାର ବନ୍ଦ ହେବାର ନାଁ ନେଉନାହିଁ, ଯାହାକୁ ନେଇ ଖଣି ବିଭାଗର ପାରିବା ପଣିଆ ବାରମ୍ବାର ପଦାରେ ପଡୁଥିବା ଦେଖିବାକୁ ମିଳେ,
ସରକାର ବଦଳିଲା ହେଲେ ଖଣି ମାଫିଆଙ୍କ ପ୍ରଭାବ କମିନାହିଁ, ଖଣି ଖାଦାନଭରା ରତ୍ନଗର୍ଭା କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ଅଞ୍ଚଳରୁ ରାଜ୍ୟ ରାଜକୋଷ କୁ ସିଂହ ଭାଗ ର ରାଜସ୍ଵ ଦେଉଥିବା ବେଳେ ଏଠାରୁ ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ଖଣିଜ ସାମଗ୍ରୀ ଚୋରା ଚାଲାଣ ହେଉଥିବା ବେଳେ ଆଞ୍ଚଳିକ ପ୍ରଶାସନ ଓ ଖଣି ବିଭାଗ ଚେଇଁ ଶୋଇଥିବା ଭଳି ମନେହୁଏ, ଏହି ଯୋଡା ଖଣି ମଣ୍ଡଳ ଅନ୍ତର୍ଗତ ରେ ମାଫିଆ ମାନଙ୍କ ଚୋରା ଚାଲାଣ ଦିନକୁ ଦିନ ବଢିବାରେ ଲାଗିଛି। ତେବେ ବନବିଭାଗର ତତ୍ପରତା ଯୋଗୁଁ ପୁଣି ଏକ ଚୋରା ଚାଲାଣ ହେଉଥିବା ମୂଲ୍ୟବାନ ଲୁହାପଥର ଗାଡି ଧରାପଡିଥିବା ନେଇ ସୂଚନା, ବନବିଭାଗ ବିଶେଷ ସୂତ୍ରରୁ ଖବର ପାଇ ବାମେବାରୀ ଫରେଷ୍ଟର ରାଜେନ୍ଦ୍ର ଜେନା,ଦବୁନା ବିଟ୍ ର ସୁବ୍ରତ ପାତ୍ର,ଯୋଡ଼ା ବନ ବିଭାଗ OD09P-9734 ନମ୍ବର ବିଶିଷ୍ଟ ଏକ ୧୬ ଚକିଆ ହାଇୱା ଟ୍ରକ୍ ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ବାମେବାରୀ ସେକ୍ସନ ତଥା ବାମେବାରି ଥାନା ଅନ୍ତର୍ଗତ ପିଢୋପଖରୀ ଗ୍ରାମ ର ସମରସୁଆଁ ମୁଣ୍ଡା ସାହିରୁ ଚୋରା ଖଣିଜ ସାମଗ୍ରୀ ବୋଝେଇ କରୁଥିବା ବେଳେ ଯୋଡ଼ା ବନ ବିଭାଗ ଏବଂ ମୋବାଇଲ ଟିମ ବିଭାଗ କର୍ମଚାରୀଙ୍କ ସହଯୋଗ କ୍ରମେ ଅତର୍କିତ ଚଢାଉ କରି ଏହି ଟ୍ରକ୍ ଟିକୁ ଜବଦ କରିଥିବା ନେଇ ସୂଚନା। ତେବେ ଚଢାଉ ସମୟରେ ଚାଳକ କୌଶଳ କ୍ରମେ ଫେରାର ହେବାରେ ସକ୍ଷମ ହୋଇଛି । ବନ ବିଭାଗର ସୂଚନା ଅନୁଯାୟୀ ସେଠାରେ ତିନି ଚାରୋଟି ଟ୍ରକ ଲୋଡ ହୋଇଥିବା ଖବର ପାଇଥିଲେ କିନ୍ତୁ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳ ରେ ପହଞ୍ଚିବା ପୁର୍ବରୁ ଅନ୍ୟ ଟ୍ରକ୍ ସବୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ, ମାତ୍ର ଗୋଟିଏ ଗାଡ଼ିକୁ ସିଜ୍ କରି ବାମେବାରୀ ସେକ୍ସନ ଅପିଂସ୍ କୁ ନିଆଯାଇଛି। ତେବେ ବର୍ଷ ବର୍ଷ ଧରି ଏହି ଅଞ୍ଚଳରେ ମୂଲ୍ୟବାନ ଲୁହାପଥର ଚୋରି ହେଉଥିଲେ ମଧ୍ୟ ଆଞ୍ଚଳିକ ପ୍ରଶାସନ କିମ୍ବା ଖଣି ବିଭାଗ କିପରି ଏହାର ଟେର ପାଉନାହିଁ ତାହା ଏବେ ବୁଦ୍ଧିଜୀବିଙ୍କ ମହଲରେ ପ୍ରଶ୍ନ ସୃଷ୍ଟି କରିଛି।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/09/Picsart_26-05-14_06-19-38-643-13-scaled.jpg)
