ଗୋଲାମୁଣ୍ଡା ବ୍ଲକ ଜନ କଲ୍ୟାଣ ସାମ୍ବାଦିକ ସଂଘ ତରଫରୁ ଜାତୀୟ ସାମ୍ୱାଦିକ ଦିବସର ପ୍ରସ୍ତୁତି ବୈଠକ
ଗୋଲାମୁଣ୍ଡା /କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ଜନ କଲ୍ୟାଣ ସାମ୍ୱାଦିକ ସଂଘର ସମସ୍ତ କର୍ମକର୍ତ୍ତା ଙ୍କୁ ନେଇ ଫରଙ୍ଗ ନିକଟସ୍ଥ ଗଦଲା ଝରନ୍ ଶିବ ମନ୍ଦିର ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜନ କଲ୍ୟାଣ ସାମ୍ବାଦିକ ସଂଘର ସଭାପତି ଶ୍ରୀ ଯୁକ୍ତ ରାମ କୁମାର ସେନାପତି ଙ୍କ ନେତୃତ୍ୟରେ ସଭା କାର୍ଯ୍ୟ ଆୟୋଜନ ହୋଇଥିଲା । ଚଳିତ ମାସ ୧୬ ତାରିଖ ଦିନ ଜାତୀୟ ସାମ୍ବାଦିକ ଦିବସ ପାଳନ କରାଯିବ ଉପଲକ୍ଷ୍ୟେ ସମସ୍ତଙ୍କର ମତାମତ କୁ ନେଇ ସର୍ବ ସମ୍ମତି କ୍ରମେ ଗୃହୀତ ହୋଇଥିଲା । ଏହି ସଭାରେ ସଂଘର ସାଧାରଣ ସମ୍ପାଦକ ଇଶ୍ୱରି ପଟେଲ, ଉପସଭାପତି ଲବଜି ପଟେଲ , କୋଷାଧ୍ୟକ୍ଷ ରବୀନ୍ଦ୍ର କୁମାର ରାଉତ, ସହ ସମ୍ପାଦକ କପୂର୍ଚନ ସେଠୀଆ, ଖିରସିନ୍ଧୁ ପଟେଲ, ଜନ୍ମେଜୟ ନାଏକ, ସରୋଜ ମୁଣ୍ଡ, ପ୍ରିୟ କୃଷ୍ଣ ପଟେଲ, ମୂରଲୀଧର ବାଗ, ବିଶି କେଶନ ଜ୍ୟୋତିଷ, କୃଷ୍ଣ ମହାନନ୍ଦ, ଚନ୍ଦ୍ରଧ୍ଵଜ୍ କେତକୀ, ପିତାମ୍ବର ବେହେରା, ପ୍ରୁଥିରାଜ୍ ତାଣ୍ଡି, ପୂର୍ଣ୍ଣଚନ୍ଦ୍ର ସରାପ, ଧନେଶ୍ଵର ଭାଟି, ରବିଂସନ ସେନାପତି, ମହେନ୍ଦ୍ର ଦାସ, ସୁରେନ୍ଦ୍ର ଭୋଇ, କୁମର ମଣି ଦୁର୍ଗା ଓ ଦୀପକ ଭତ୍ରିଆ ପ୍ରମୁଖ ଉପସ୍ଥିତ ଥିଲେ।ଧର୍ମଗଡ ଉପ ଖଣ୍ଡ ପ୍ରତିନିଧି କପୁର ଚ ନ ସେଠି ଆ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ



