୨୯ରୁ ଭୁବନେଶ୍ୱର ଡିଜିପି ସମ୍ମିଳନୀ : ପ୍ରଧାନମନ୍ତ୍ରୀ-କେନ୍ଦ୍ର ଗୃହମନ୍ତ୍ରୀ
ଭୂବନେଶ୍ୱର, ୧୫/୧୧ : ଆସନ୍ତା ୨୯ ତାରିଖରେ ପ୍ରଥମ ଥର ଭୁବନେଶ୍ବରରେ ଅନୁଷ୍ଠିତ ହେବ ଡିଜିପି ସମ୍ମିଳନୀ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଯୋଗଦେବେ । ୨୯ରୁ ୧ ତାରିଖ ପର୍ୟ୍ୟନ୍ତ ୩ଦିନ ଧରି ଏହି ସମ୍ମିଳନୀ ଅନୁଷ୍ଠିତ ହେବ । ରାଜ୍ୟଗୁଡ଼ିକର ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯିବ ।
ମାଓ ଦମନ, ଅପରାଧ ନିୟନ୍ତ୍ରଣ, ଭିତ୍ତିଭୂମି ବିକାଶ, ମାନବସମ୍ବଳ, ନୂଆ ଜ୍ଞାନକୌଶଳର ଉପଯୋଗକୁ ଗୁରୁତ୍ବ ଦିଆଯିବ । ଏହି ସମୟରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କର ରହଣି କାର୍ଯ୍ୟକ୍ରମ ରହିଛି । କେଉଁ ସ୍ଥାନରେ କାର୍ଯ୍ୟକ୍ରମ ହେବ ସେନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ଦିଆଯାଇ ନାହିଁ । ଲୋକସେବା ଭବନ କନ୍ଭେନସନ୍ ସେଣ୍ଟର୍ରେ କାର୍ଯ୍ୟକ୍ରମ ହେବା ନେଇ ଯୋଜନା ଚାଲିଛି ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-1-scaled.jpg)


