ଜାନୁଆରୀ ଶେଷ ସୁଦ୍ଧା ସରିବ ରତ୍ନଭଣ୍ଡାର ଗଣତି ମଣତି : ଆଇନ ମନ୍ତ୍ରୀ
ଭୂବନେଶ୍ୱର, ୧୮/୧୧ : ଜାନୁଆରୀ ଶେଷ ସୁଦ୍ଧା ଶେଷ ହେବ ରତ୍ନଭଣ୍ଡାର ଗଣତି ମଣତି । ଏ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। କାର୍ତ୍ତିକ ମାସରେ ହବିଷ୍ୟାଳୀ ଏବଂ ଭକ୍ତଙ୍କର ପ୍ରବଳ ଭିଡ ଯୋଗୁଁ ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ହୋଇନଥିଲା। କିନ୍ତୁ ଏବେ କାର୍ତ୍ତିକ ମାସ ଶେଷ ହୋଇଯାଇଛି। ତେଣୁ ଏଏସଆଇ ପକ୍ଷରୁ ବର୍ତ୍ତମାନ ମରାମତି କାର୍ଯ୍ୟ ଆରମ୍ଭ କରାଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ।



