ଡିଏଭି ଥର୍ମାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ ପ୍ରଦର୍ଶନୀ
ତାଳଚେର – ତା ୧୯.୧୧.୨୪ରିଖ ତାଳଚେର ଥର୍ମାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ ପ୍ରଦର୍ଶନୀ “ଡ୍ରିମ ଓ ଡେୟାର”ଅନୁଷ୍ଠିତ ହୋଇଯାଇଅଛି। ଏହି ଉତ୍ସବକୁ ଏନ୍ . ଟି ପି. ସି. ତାଳଚେର ଥର୍ମାଲର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ବିଜୟ ଚାନ୍ଦ ଶୁଭ ଉଦ୍ଘାଟନ କରିଥିଲେ। ଏଥିରେ ସାଗରିକା ଲେଡିସ୍ କ୍ଳବ୍ ର ସଭାପତି ଭିଭା ଅଗ୍ରୱାଲ ସମ୍ମାନୀୟା ଅତିଥି ଭାବରେ ଯୋଗଦାନ କରିଥିଲେ। ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ଜେ. ପି. ରୟ( ଜି. ଏମ. ପ୍ରୋଜେକ୍ଟ), ଶ୍ରୀ ଦୀପକ (ଜି. ଏମ. ଇଞ୍ଜିିନିୟରିଙ୍ଗ୍) , ଶ୍ରୀ ରୋହିତ କୁମାର, ଅଞ୍ଜନ ସାହୁ, ଦେବବ୍ରତ ତ୍ରିପାଠୀ,ସୁଧୀର କୁମାର ସୁବୁଦ୍ଧି, ସକିଲ ଅହମ୍ମଦ, ଶଶି ଭୂଷଣ ମିଶ୍ର , ଶର୍ମିଷ୍ଠା ସାହୁ ଆଦି ଏନ୍ .ଟି. ପି.ସି ର ପ୍ରମୁଖ ଅଧିକାରୀଗଣ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ତାଙ୍କର ଅଭିଭାଷଣରେ ଜ୍ଞାନ ପିପାସୁ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତରେ ଜ୍ଞାନବିଜ୍ଞାନକୁ ଆଗେଇ ନେଇ ଏକ ସୁନ୍ଦର ଭବିଷ୍ୟତ ଗଢ଼ିବା ପାଇଁ ଉଦବୋଧନ ଦେଇଥିଲେ। ଡିଏଭି ଜୋନ -( ଜି )ର ଏ.ଆର.ଓ. ଶ୍ରୀମତୀ ଜ୍ୟୋତି ମିଶ୍ର ପିଲାମାନଙ୍କ ଅନ୍ତର୍ନିହିତ ପ୍ରତିଭା କିପରି ପ୍ରଦର୍ଶନୀ ମାଧ୍ୟମରେ ବିକଶିତ ହୁଏ ତାହା ମତବ୍ୟକ୍ତ କରିଥିଲେ। ଏଥିରେ ବିଭିନ୍ନ ବିଭାଗରେ ୩୯୪ଟି ପ୍ରକଳ୍ପ ପ୍ରଦର୍ଶିତ କରାଯାଇଥିଲା । ବିଦ୍ୟାଳୟରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ଶୁଭେନ୍ଦୁ ଶେଖର ବୋଷ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ପରେ ପରେ ପିଲାମାନଙ୍କ ଦ୍ଵାରା ସମାଜ ସଚେତନମୂଳକ ନୃତ୍ୟ ପରିବେଷଣ ହୋଇଥିଲା।ମୁକ୍ତେଶ୍ଵରୀ ନାୟକ ଓ ତପସ୍ଵନୀ ମଲ୍ଲିକ ମଞ୍ଚ ପରିଚାଳନା କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗ ଦ୍ଵାରା କାର୍ଯ୍ୟକ୍ରମଟି ମହାସମାରୋହରେ ସମାପିତ ହୋଇଥିଲା।
ତାଳଚେର ରୁ ସୁବାସ ସାମଲ ଙ୍କ ରିପୋର୍ଟ୍ l
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-1-scaled.jpg)


