ଜାତୀୟ ସଂହତି ଦିବସ ପାଳିତ
ଅଦ୍ୟ ତା ୧୯/୧୧/୨୦୨୪ ମଙ୍ଗଳବାର ଦିନ ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ପଞ୍ଚାୟତ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ପୁଷ୍ପାଞ୍ଜଳି ସାହୁଙ୍କ ଅଧ୍ୟକ୍ଷତାରେ ଜାତୀୟ ସଂହତି ଦିବସ ପାଳିତ ହୋଇଯାଇଛି । ପ୍ରଥମେ ସହକାରୀ ଶିକ୍ଷୟିତ୍ରୀ ଅଳିନା ଦାଶ ସଭାର ଉଦ୍ଦେଶ୍ୟ ପ୍ରଦାନ କରିଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ସାହୁ ବିଭିନ୍ନତା ମଧ୍ୟରେ ଏକତା ହିଁ ଜାତୀୟ ସଂହତି, ଜାତୀୟ ସଂହତି ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଛାତ୍ରୀମାନଙ୍କୁ ବୁଝାଇବା ସହ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ଜନ୍ମ ଦିବସ ତଥା ତାଙ୍କ କାର୍ଯ୍ୟକଳାପକୁ ବିସ୍ତୃତ ଭାବରେ ବୁଝାଇ ଥିଲେ । ସହକାରୀ ଶିକ୍ଷକ ଚଉବର୍ଗ ଭୋଇ, ସନ୍ତୋଷ ମେହେର, ଗୋଳେଖ ପ୍ରଧାନ ଓ ଛାତ୍ରୀ ମାନେ ଜାତୀୟ ସଂହତି ଦିବସ ବିଷୟରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଦିବସରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରୀମାନେ ଯୋଗଦାନ କରିଥିଲେ । ଶେଷରେ ସହକାରୀ ଶିକ୍ଷୟିତ୍ରୀ ଜ୍ୟୋସ୍ନା ରାଣୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-1-scaled.jpg)


