ହିମାଳୟ ଅପ୍ଟିକାଲ୍ସ ପକ୍ଷରୁ ନୂତନ ଗ୍ଲାସ୍ ଉନ୍ମୋଚିତ
କଟକ, ତା୧୯।୧୧ : କଟକ ସହରରେ ବଜ୍ରକବାଟି ରୋଡରେ ଦୀର୍ଘ ୨୧ବର୍ଷ ଧରି ବିଶ୍ଵସ୍ତରୀୟ ଚଷମା-ଲେନ୍ସ ସହ ଉତ୍ତମ ସେବା ହିମାଳୟ ଅପ୍ଟିକାଲ୍ସ ଗ୍ରାହକଙ୍କୁ ଯୋଗାଇ ଦେଇଆସୁଛି । ଏହି ଅବସରରେ ଷ୍ଟୋର ପକ୍ଷରୁ ନୂତନ ଗ୍ଲାସ ଉନ୍ମୋଚିତ ହୋଇଯାଇଛି । ଏହି ଉନ୍ମୋଚନ ଅବସରରେ ଓଡ଼ିଆ ଚଳଚ୍ଚିତ୍ର ନାୟିକା ଅର୍ଚ୍ଚିତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଛନ୍ତି । ଏହି ନୂତନ ଗ୍ଲାସ ମଧ୍ୟରେ ଭର୍ଷାଚି, ମଣ୍ଟ ବ୍ଲାଙ୍କ, ଗୁଚି, ବାଓଜିଂ, ପ୍ରାବା ପ୍ରଭୁତି ଅନ୍ତର୍ଭୁକ୍ତ । ଏଥିସହିତ ଏଠାରେ ଅଭିଜ୍ଞ ଡାକ୍ତରଙ୍କ ଦ୍ଵାରା ଆଖି ପରୀକ୍ଷା କରାଯାଇ ଚଷମା ପ୍ରଦାନ କରିବା ସହ ଆଧୁନିକ ଲେନ୍ସ, କଣ୍ଟାକ୍ଟ ଲେନ୍ସ, ସନ୍ ଗ୍ଲାସ ଆଦି ଉପଲବ୍ଧ ଅଟେ । ଏହି କାର୍ଯ୍ୟକ୍ରମରେ ପରିଚାଳନା ନିର୍ଦେଶକ ଦେବାଂଶ ବିନାନୀ, ମାର୍କେଟିଂ ହେଡ ଜୟା ଦେ, ଆଞ୍ଚଳିକ ମୁଖ୍ୟ ବିବେକ କେଡିଆ, ଷ୍ଟୋର ମ୍ୟାନେଜର ଇମରାନ ଖାନ, କ୍ଳଷ୍ଟର ହେଡ ମନୋଜ ଶତପଥୀଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-1-scaled.jpg)


