ଦୁଇଗୋଟି ସନ୍ତାନର ଜନନୀ ମୃତ୍ୟୁ ପରେ ବାପା ପ୍ରତିପୋଷଣରେ ଚିନ୍ତା
ଗୋଲାମୁଣ୍ଡା/୨୩/୧୧/୨୪/ଦୁଇଟି ସନ୍ତାନର ମାଁ ମୃତ୍ୟୁ ପରେ ବାପା ଙ୍କ ଚିନ୍ତା ଅନେକ ପ୍ରକାର ସମସ୍ୟା ସ୍ତୃଷ୍ଟି ହେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି, ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଖମାରହଲଦୀ ଗ୍ରାମ ପଞ୍ଚାୟତ ଅଧିନରେ ଥିବା ଘୋଟିଆ ଗ୍ରାମର ରଣା ପଡ଼ାର ଏକ ପରିବାରମଧ୍ୟରେ, ପରିବାର କହିଲେ ଏକ ଗରୀବ ପରିବାରରେ ସ୍ବାମୀ ନବୀନରଣା ଓ ସ୍ତ୍ରୀ ସନ୍ତରାରଣା (୩୭) ଓ ପୁଅ ପରମାନନ୍ଦ ରଣା (୧୦) ଉଭୟେ ତିନି ଜଣ ଅତି ଗରୀବ ଶ୍ରେଣୀୟର ଅଟନ୍ତି, ଦୈନିକ କୁଲିମଞ୍ଜୁରି କଲେ ତିନିଜଣଙ୍କ ପାଇଁ ଚୁଲି ଜଲେ ନଚେତ ଭୋକ ଉପାସରେ ବିତାଇ ଥାଆନ୍ତି, ଏଭଳି ସ୍ଥଳେ ହଟାତ ସନ୍ତରା ଙ୍କ ମୃତ୍ୟୁ ଘଟିଯାଇଛି, ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ ସନ୍ତରା ଗର୍ଭାବାସ ରେ ପ୍ରସବ ପାଇଁ ଧର୍ମଗଡ଼ ମେଡିକାଲରେ ଭର୍ତ୍ତି ହୋଇଥଲା, ସୁନ୍ଦର ଭାବେ ପୁଅ ଜନ୍ମ ହେଲାପରେ ସନ୍ତରାର ରକ୍ତସ୍ରାବ ବନ୍ଦ ନ ହେବାରୁ ଭବାନୀ ପାଟଣା ବଡ ମେଡ଼ିକାଲ କୁ ସ୍ଥାନାନ୍ତରିତ କରି ଚିକିତ୍ସା କରୁ କରୁ ସନ୍ତରାଙ୍କ ମୃତ୍ୟୁ ବରଣ ହୋଇ ଥିଲା, ଏଭଳି ଦୁଃଖଦ ଅବସ୍ଥାରେ ପ୍ରଥମ ପୁଅ ଓ ସବା ଛଅ ମାସର ଛୁଆଙ୍କ ପାଇଁ ବାପା ଙ୍କ ମୁଣ୍ଡରେ ପ୍ରତିପୋଷଣ ଓ ହେପା ଜାତ କରିବା ପାଇଁ ସୁବୁ ବେଳେ ଦୁଃଖରେ ଭାଙ୍ଗି ପଡିଛନ୍ତି ନବୀନରଣା, ଗୋଟିଏ ପଟେ ଛଅ ମାସର ଛୁଆଙ୍କ ଯତ୍ନ ନେବା ଓ ଅନ୍ୟ ପକ୍ଷରେ ଦୁଇଟି ଛୁଆକୁ ପ୍ରତିପୋଷଣ କରିବାରେ ମୁଣ୍ଡରେ ଚଡ଼କ ପଡିଛି ବୋଲି ଗଣ ମାଧ୍ୟମ ପ୍ରତିନିଧି ନିକଟରେ ଦୁଃଖର ବିଷୟ ଜଣାଇ ଛନ୍ତି ଯେ ଏଭଳି ଦୁଃଖଦ ଅବସ୍ଥାରେ ଗତି କରୁଥିବା ବେଳେ ରାଜ୍ଯ ସରକାରଙ୍କ ତରଫରୁ ସହାୟତା ଯୋଗାଇ ଦିଆ ନ ଯାଏ ତେବେ ଆଗମୀ ଦିନରେ ପରିବାର ପ୍ରତିପୋଷଣରେ ବାଧା ସୃଷ୍ଟି ଦେଖା ଦେବ ବୋଲି ଅନୁରୋଧ କରିଛନ୍ତି ବାପା ନିକଟରେ ଛିଡ଼ା ହୋଇ ଦୁଃଖ ପ୍ରକାଶ କରିଛନ୍ତି,ଧର୍ମଗଡ ଉପ ଖଣ୍ଡ ପ୍ରତିନିଧି କପୁର ଚନ୍ ସେଠି ଆ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉ ଜ



