ଭୂବନେଶ୍ୱର, ୩୦/୧୧ : ଡିଜି-ଆଇଜି ସମ୍ମିଳନୀରେ ଆଜି ୨ୟ ଦିନ ସମ୍ମିଳନୀରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସକାଳ ୮ଟା ୩୦ରେ ଲୋକସବା ଭବନରେ ୨ୟ ଦିନରେ ସମ୍ମିଳନୀର ଆରମ୍ଭ ହେବ । ଏଥିପାଇଁ ପ୍ରଧାନମନ୍ତ୍ରୀ ୮ଟା ୨୦ରୁ ରାଜଭବନରୁ ବାହାରି ୮.୨୫ ମିନିଟରେ ଲୋକସେବା ଭବନରେ ପହଞ୍ଚିବେ।
ସମ୍ମିଳନୀର ୨ୟ ଦିନରେ ଦେଶ ସୁରକ୍ଷା ନେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯିବ । ବିଶେଷ କରି ଆତଙ୍କବାଦୀ ମୁକାବିଲା, ନକ୍ସଲ ମୂଳପୋଛ, ସାଇବର ଅପରାଧ ଭଳି ଏକାଧିକ ସମସ୍ୟା ଉପରେ ମାନସମନ୍ଥନ କରାଯିବ ।



