( ବିଧାୟକ ଙ୍କ ଆତ୍ମ ଘୋଷିତ ପ୍ରତିନିଧି ପରିଚୟ ଦେଇ ମହାବିଦ୍ୟାଳୟ ଅଧକ୍ଷ୍ୟ ଙ୍କୁ ଧମକ )
ଜଗତସିଂହପୁର
ତା =30/11/24
ଶୁଣନ୍ତୁ ଅଧକ୍ଷ୍ୟ ମହାଶୟ , ଏଣିକି ଆଉ ସେ ନୀତି ନିୟମ ଚଳିବନି , ଏଣିକି ମହାବିଦ୍ୟାଳୟ ର ଯାହା କିଛି ଉନ୍ନୟନ ମୂଳକ କାର୍ଯ୍ୟ ହେବ ସେ କାର୍ଯ୍ୟ ମୁଁ କରିବି | ମୋ ବିନା ପରାମର୍ଶ ରେ ଏଠି କିଛି କାର୍ଯ୍ୟ ହୋଇପାରିବ ନାହିଁ | ମୁଁ ଜଗତସିଂହପୁର ବିଧାୟକ ଙ୍କ ପ୍ରତିନିଧି |ବିଧାୟକ ମତେ ସମସ୍ତ ଦାଇତ୍ୱ ଅର୍ପଣ କରିଛନ୍ତି | ମୋ ଦ୍ୱାରା ତୁମେ ପରିଚାଳିତ ହେବ | ଯଦି ମୋ ଅଜ୍ଞାତ ରେ କିଛି କାର୍ଯ୍ୟ କରିବ ମୁଁ ତୁମକୁ ମାଲକାନଗିରି ପଠାଇଦେବି |କିଏ କଣ କରିବ ମୁଁ ଦେଖିବି |
ହଁ ଆଜ୍ଞା ଏ କୌଣସି ଯାତ୍ରା ପାଟି ଅଭିନେତା କିମ୍ବା ଭିଲିଆନ ଙ୍କ ଡାଇଲକ ନୁହେଁ | ଏହା ହେଉଛି ଜଣେ ଆତ୍ମ ଘୋଷିତ ବିଧାୟକ ଙ୍କ ପ୍ରତିନିଧି ଙ୍କ ର ମହାବିଦ୍ୟାଳୟ ଅଧକ୍ଷ୍ୟ ଙ୍କୁ ଧମକ….| ଏଭଳି ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଶିକ୍ଷା ଜ଼ିଲ୍ଲା ଅନ୍ତର୍ଗତ ମୁଦୁପୁର ପଞ୍ଚାୟତ କନ୍ତାର ସ୍ଥିତ ଅନନ୍ତ ସଂସ୍କୃତ ମହାବିଦ୍ୟାଳୟ ଅଧକ୍ଷ୍ୟ ଙ୍କ କ୍ଷେତ୍ରରେ | ଏହି ମହାବିଦ୍ୟାଳୟ ର ଅଧକ୍ଷ୍ୟ ଡକ୍ଟର ଅଶୋକ କୁମାର ପଣ୍ଡା ଙ୍କ ଉଦ୍ୟମ ରେ ଅନେକ ଉନ୍ନୟନ ମୂଳକ କାର୍ଯ୍ୟ ର ଅଗ୍ରଗତି ହୋଇଛି | ଚଳିତ ବର୍ଷ ମହାବିଦ୍ୟାଳୟ ର ଉନ୍ନତି କରଣ ନିମନ୍ତେ ଫାଇପ ଟି ଅଧୀନରେ ଦଶ ଲକ୍ଷ୍ୟ ରୁ ଉର୍ଦ୍ଧ ଟଙ୍କା ମଞ୍ଜୁର କରାଯାଇଛି | ଏହି ଉନ୍ନୟନ ମୂଳକ କାର୍ଯ୍ୟ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ପରିଚାଳନା କରୁଥିବା ବେଳେ ଉକ୍ତ ଅଞ୍ଚଳ ର ଜୈନିକ ବ୍ୟକ୍ତି ନିଜକୁ ବିଧାୟକ ଙ୍କ ପ୍ରତିନିଧି ବୋଲି ପରିଚୟ ଦେଇ ମହାବିଦ୍ୟାଳୟ ଅଧକ୍ଷ୍ୟ ଙ୍କୁ ଧମକ ଦେବା ଘଟଣା ଉକ୍ତ ଅଞ୍ଚଳ ରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପଲୋଟିଛି |ପ୍ରକୁତରେ ଏ ବ୍ୟକ୍ତି ଜଣ ଙ୍କ ବିଧାୟକ ଙ୍କ ପ୍ରତିନିଧି ନାଁ ଭଣ୍ଡ ତାହା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ



