ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଜାତୀୟ ପ୍ରଦୂଷଣ ନିବାରଣ ଦିବସ ପାଳିତ
ମେରାମଣ୍ଡଳୀ, ୦୩/୧୧: ଡିସେମ୍ବର ୨ ତାରିଖରେ ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଜାତୀୟ ପ୍ରଦୂଷଣ ନିବାରଣ ଦିବସ ପାଳନ କରାଯାଇଥିଲା I ୧୯୮୪ ଭୋପାଳ ଗ୍ୟାସ ଟ୍ରାଜେଡିରେ ପୀଡିତଙ୍କ ସ୍ମୃତିରେ ଏହି କାର୍ଯ୍ୟକ୍ରମ ଆୟୋଜନ କରଯାଇଥିଲା I ଯାହାର ଶୀର୍ଷକ ଥିଲା “ସ୍ବଚ୍ଛ ବାୟୁ, ସବୁଜ ପୃଥବୀ, ସ୍ଥାୟୀ ଜୀବନଯାପନ ଦିଗରେ ଏକ ପଦକ୍ଷେପ” I ଶିଳ୍ପ ବିପର୍ଯ୍ୟୟକୁ ରୋକିବା, ପ୍ରଦୂଷଣ କମ୍ କରିବା ନେଇ ଏଥିରେ ସଚେତନତା ସୃଷ୍ଟି କରଯାଇଥିଲା I ଏଥିରେ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସହକାରୀ ପରିବେଶ ବୈଜ୍ଞାନିକ ଡ. ପ୍ରଫୁଲ୍ଲ ବେହେରା ମୁଖ୍ୟ ଅତିଥି ଏବଂ ଟାଟା ଷ୍ଟିଲ ମେରମଣ୍ଡଳୀର ସୁରକ୍ଷା ମୁଖ୍ୟ ଶ୍ରୀ ବିଳାସ ଏନ ଗାଇକୱାଡ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
ଏହି ଅବସରରେ ଟିଏସଏମ କର୍ମଚାରୀଙ୍କ ପାଇଁ ଏକ ସଚେତନତା ଅଧିବେଶନ ଓ କୁଇଜ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା I କମ୍ପାନିର ପରିବେଶ ପରିଚାଳନା ମୁଖ୍ୟ ଅନୁପ ଶ୍ରୀବାସ୍ତବ କାର୍ଯ୍ୟକ୍ରମରେ ସାମିଲ ହୋଇ ବିଶ୍ୱ ତାପନର ପରିବେଶ ଉପରେ ପ୍ରଭାବ ଉପରେ ଆଲୋକପାତ କରିଥିଲେ ।
ମୁଖ୍ୟ ଅତିଥି ଏସପିସିବି ଓଡ଼ିଶାର ସହକାରୀ ପରିବେଶ ବୈଜ୍ଞାନିକ ପ୍ରଫୁଲ୍ଲ ବେହେରା ଭୋପାଳ ଗ୍ୟାସ ଟ୍ରାଜେଡିର ପୃଷ୍ଠଭୂମି ଓ ଏହାପରେ ଲାଗୁ ହୋଇଥିବା ନୂଆ ଆଇନ ସମ୍ପର୍କରେ ବର୍ଣ୍ଣନା କରିଥିଲେ I
କାର୍ଯ୍ୟକ୍ରମର ଶେଷରେ ମୁଖ୍ୟ ଅତିଥି ଶ୍ରୀ ବେହେରା କୁଇଜ ବିଜେତାଙ୍କୁ ପୁରସ୍କୃତ କରିବା ସହ ଅଭିନନ୍ଦନ ଜଣାଇଥିଲେ I କମ୍ପାନିର ପରିବେଶ ପରିଚାଳନା ମୁଖ୍ୟ ସଞ୍ଜୀବ କୁମାର ପାଲ ଧନ୍ୟବାଦ ଅର୍ପଣ କରିଥିଲେ I



