ଭୂବନେଶ୍ୱର, ୧୯/୧୨ : ଆଜିଠାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝି ୫ ଦିନିଆ ରାଜସ୍ଥାନ ଓ ଦିଲ୍ଲୀ ଗସ୍ତରେ ଯିବେ । ୨୧ ଯାଏଁ ରାଜସ୍ଥାନରେ ରହିବେ ପରେ ଦିଲ୍ଲୀରେ ୫୫ତମ ଜିଏସଟି ବୈଠକରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ୨୧ତାରିଖ ଦିନ ସେ ରାଜସ୍ଥାନରୁ ଦିଲ୍ଲୀ ଗସ୍ତ କରିବେ । ୨୧, ୨୨ ଓ ୨୩ ତାରିଖ ଦିଲ୍ଲୀରେ ରହିବେ ମୁଖ୍ୟମନ୍ତ୍ରୀ ।
ଏହି ଗସ୍ତ ସମୟରେ ଦିଲ୍ଲୀରେ ଆୟୋଜିତ ୫୫ତମ ଜିଏସଟି ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗଦେବେ । ଏହାସହ କିଛି କେନ୍ଦ୍ରମନ୍ତ୍ରୀ ଏବଂ ଶୀର୍ଷ ନେତୃତ୍ବଙ୍କୁ ଭେଟି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସେହିଭଳି ରାଜସ୍ଥାନରେ ପ୍ରାକ୍ ବଜେଟ୍ ପ୍ରସ୍ତୁତି ଆଲୋଚନାରେ ଭାଗ ନେବେ ମୁଖ୍ୟମନ୍ତ୍ରୀ । ୨୩ ତାରିଖ ଦିନ ସେ ଦିଲ୍ଲୀରୁ ଭୁବନେଶ୍ୱର ଫେରିବେ ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-1-scaled.jpg)


