ଭୂବନେଶ୍ୱର, ୨୧/୧୨ : ପିପିଲି ଥାନା ଅନ୍ତର୍ଗତ ନିମାପଡ଼ା ବାଇପାସ୍ ଛକରୁ ଏକ ମାରୁତି ସୁଜୁକି କାର୍ରୁ ୩୭୮ ଗ୍ରାମର ହେରୋଇନ୍ ଜବତ କରଯାଇଛି । ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ନିମାପଡ଼ା ବାଇପାସ୍ ଛକରେ ଜିଲ୍ଲା ମୋବାଇଲ୍ ୟୁନିଟ୍ ଏକ ମାରୁତି ସୁଜୁକି କାର୍ରୁ ୩୭୮ ଗ୍ରାମର ହେରୋଇନ୍ ଜବତ କରିଥିଲା। ଏହା ସହ କାର୍ ଭିତରେ ଥିବା ୨ ଜଣଙ୍କୁ ଗିରଫ କରିଥିଲା।
୨ ଯୁବକଙ୍କୁ ପଚରାଉଚରା ବେଳେ କାର୍ ମାଲିକ ଏହି ରାକେଟ୍ର କିଙ୍ଗପିନ୍ ବୋଲି ଜଣାପଡ଼ିଥିଲା। ସେମାନଙ୍କ ତଥ୍ୟକୁ ଆଧାର କରି ପୋଲିସ କାର୍ ମାଲିକଙ୍କୁ ଗିରଫ କରିଛି। ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। କାର୍ ସମେତ ୩ଟି ମୋବାଇଲ୍ ଫୋନ ଜବତ ହୋଇଛି।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/09/Picsart_26-05-14_06-19-38-643-scaled.jpg)
