ଭୂବନେଶ୍ୱର, ୨୧/୧୨ : ଓଡ଼ିଶା ଆଡ଼ଭୋକେଟ ୱେଲଫେୟାର ଫଣ୍ଡକୁ ୧୦ କୋଟି ପ୍ରଦାନ କଲେ ରାଜ୍ୟ ସରକାର । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସରକାରଙ୍କ ପକ୍ଷରୁ ଏହି ଅନୁଦାନ ଦିଆଯାଇଛି । ଆଇନଜୀବୀଙ୍କ ମୃତ୍ୟୁ ଓ ଅଵସରକାଳୀନ ସହାୟତା ପାଇଁ ଏହି ଅନୁଦାନ । ଓକିଲଙ୍କ ସହାୟତା ପାଇଁ ରହିଛି ଓଡିଶା ଆଡ଼ଭୋକେଟ ୱେଲଫେୟାର ଫଣ୍ଡ । ୱେଲଫେୟାର ଫଣ୍ଡ ଟ୍ରଷ୍ଟ କମିଟିର ଅଧ୍ୟକ୍ଷ ହେଉଛନ୍ତି ଆଡଭୋକେଟ ଜେନେରାଲ ।ରାଜ୍ୟରେ ସ୍ୱତନ୍ତ୍ର ଆକ୍ଟ ଅନୁଯାୟୀ ରହିଛି ୭ ଜଣିଆ ୱେଲଫେୟାର ଫଣ୍ଡ ଟ୍ରଷ୍ଟ କମିଟି।
ପୂର୍ବରୁ ଆଇନଜୀବୀଙ୍କୁ ମୃତ୍ୟୁ ବା ଅଵସରକାଳୀନ ଅନୁଦାନ ମିଳୁଥିଲା ସାଢ଼େ ୪ ଲକ୍ଷ । ଏବେ ଏହି ଅନୁଦାନ ମିଳିବ ୯ ଲକ୍ଷ ଟଙ୍କା । ୱେଲଫେୟାର ଫଣ୍ଡ ରାଶି ବୃଦ୍ଧି ନେଇ ଆଡଭୋକେଟ ଜେନେରାଲ ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/09/Picsart_26-05-14_06-19-38-643-scaled.jpg)
