“ରକ୍ତଦାନ ମହାନ ଦାନ ” ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି,, ସାଇ ସତସଙ୍ଗ ସେବା ଟ୍ରଷ୍ଟର ମହିଳା ସଦସ୍ୟାବୃନ୍ଦ l ନାରୀ ଆଜି ଅବଳା ଦୁର୍ବଳl ନୁହେଁ,, ସେ ସର୍ଵଂ ସହା l
ଆଜି ସେହି ନାରୀ ମାନେ ରକ୍ତଦାନ କରି, ଅନ୍ୟର ଅମୂଲ୍ୟ ଜୀବନ ବଞ୍ଚାଇବାକୁ ଅଣ୍ଟା ଭିଡିଛନ୍ତି, ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ,, ପୁରୁଷ ସହ ସମକକ୍ଷ ବୋଲି ପରିଚୟ ଦେଇଛନ୍ତି l
ଆଜି ପୂର୍ବାହ୍ନ 10ଘଟିକା ସମୟରେ ସ୍ଥାନୀୟ ବାଣିଜ୍ୟ ଭବନ ପରିସର ମଧ୍ୟରେ ସାଇ ସତସଙ୍ଗ ସେବା ଟ୍ରଷ୍ଟ ଆନୁକୂଲ୍ୟରେ ଏକ ମହିଳା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଶିବିର କୁ
ଶ୍ରୀମତୀ ରଶ୍ମିତା ମିଶ୍ର, ପୌର ଯନ୍ତ୍ରୀ,
ଶ୍ରୀମତୀ ଅନୁରାଧା ଗୋସ୍ୱାମୀ,
ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ
ଶ୍ରୀମତୀ ସୁଜାତା ପ୍ରିୟଦର୍ଶିନୀ
ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଓ ଟ୍ରଷ୍ଟ ର ଅଧକ୍ଷ ଶିବ ପ୍ରସାଦ ପଣ୍ଡା
ପ୍ରମୁଖ ଉଦଘାଟନ କରିଥିଲେ l
ଶିବିର ରେ ମୋଟ 53 ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା
ସାଇ ସେବା ଟ୍ରଷ୍ଟ ର ମହିଳା ସଭାପତି ଗୀତାଞ୍ଜଳି ମହାପାତ୍ର ସମ୍ପାଦିକା ଶାନ୍ତିଲତା ବେହେରା ଓ ଟ୍ରଷ୍ଟ ର କର୍ମକର୍ତ୍ତା ଙ୍କ ସହଯୋଗ ରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା l
ରକ୍ତ ଭଣ୍ଡାର ଟେକନିସିଆନ ଅଜୟ କୁମାର ସ୍ୱାଇଁ ତପନ ଜେନା ରୋହିତ ଦାସ ପ୍ରମୁଖ ରକ୍ତ ସଂଗ୍ରହ ରେ ସହଯୋଗ କରିଥିଲେ.



