ମନ ମୋହନ ସିଂ ଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭା
କୁଚିଣ୍ଡା ୨୮/୧୨: ପୂର୍ବତନ ପ୍ରଧାନ ମନ୍ତ୍ରୀ ଡ଼ ମାନ ମୋହନ ସିଂହ ଙ୍କ ର ଏକ ସ୍ମୁତି ସଭା ହଡ଼ିପଳି ସ୍ଥିତ ହାଇ ସ୍କୁଲ ସଭା ଗୃହରେ ଅନୁଷ୍ଠିତ ହୋଇ ଯାଇଛି ।ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଚନ୍ଦନ ସିଂ ନାୟକ ଙ୍କ ସଭାପତିତ୍ବରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନୟ ଓ ଅବସର ପ୍ରାପ୍ତ ଅନୁ ଶିକ୍ଷା ନିରୀକ୍ଷକ ସୁରେନ୍ଦ୍ର କୁମାର ନାୟକ ଆଲୋଚକ ଭାବରେ ଯୋଗ ଦେଇ ଡ଼. ସିଂ ଜଣେ ପ୍ରତି ଷ୍ଠୀତ ଅର୍ଥ ନିତି ବିଶାରଦ ଓ ରାଜନୀତିଜ୍ଞ ଥିଲେ ବୋଲି କହିଥିଲେ । ଆଧାର କାର୍ଡ ପ୍ରଚଳନ, ମନରେଗା କାର୍ଯ୍ୟକ୍ରମ ଓ ଜାଣିବାର ଅଧିକାର ଆଦି ଲୋକ ହୋଟକର କାର୍ଯ୍ୟକ୍ରମରେ ସଂସ୍ଥାପକ ଭାବରେ ସେ ଅମର ହୋଇ ରହିବେ ବୋଲି ଆଲୋଚନା ହୋଇଥିଲା ।ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ଦେବାନନ୍ଦ କର୍ସେଲ୍, କଲେଜ୍ ଛାତ୍ରୀ ସୁଶ୍ରୀ ବର୍ଷ ଖର୍ସେଲ ଆଦି ମଧ୍ୟ ଶ୍ରାଦ୍ଧ ସୁମନ ପ୍ରଦାନ କରିଥିଲେ । ହଡ଼ିପାଲି ହାଇ ସ୍କୁଲ ର ବହୁ ପୁରାତନ ଛାତ୍ର,ଛାତ୍ରୀ ମଧ୍ୟ ମିଳିତ ଭରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ । ଅଶୋକ ନାଏକ ଧନ୍ୟବାଦ୍ ଅର୍ପଣ କରିଥିଲେ ।



