
ଅନୁଗୋଳ – ବର୍ତ୍ତମାନ ର ବଡ ଖବର ଭାଙ୍ଗମୁଣ୍ଡା ଗ୍ରାମରେ ଭାଇ ଭଉଣୀ କୁ ଗୁଳି ମାଡ଼। ଗୁଳି ମାଡ କିଏ ଓ କାହିଁକି କଲା ତାହା ଏବେ ଅସ୍ପଷ୍ଟ ରହିଛି ।ଏପରି ଏକ ଅଘଟଣ ଘଟିଛି ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଭାଙ୍ଗମୁଣ୍ଡା ଗ୍ରାମରେ ଗତକାଲି ରାତିରେ ଘଟିଛି ଭୟଙ୍କର ଗୁଳି ମାଡ଼। ଏହି ଗୁଳିମାଡ଼ରେ ପ୍ରଫୁଲ୍ଲ ମିର୍ଧାଙ୍କ ୧୧ ବର୍ଷର ନାବାଳକ ପୁଅ ପ୍ରକାଶ ମିର୍ଧା ଓ ୧୫ ବର୍ଷୀୟ ନାବାଳିକା ଝିଅ ଯାଜ୍ଞଶିନୀ ମିର୍ଧାଙ୍କ ଛାତିରେ ଗୁଳି ବାଜିଥିଲା। ଘଟଣା ସ୍ଥଳରେ ଉଭୟ ଭାଇ ଭଉଣୀ ଗୁରୁତ୍ତର ହୋଇଥିବା ବେଳେ ସେମାନଙ୍କୁ ସ୍ଥାନୀୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଉଭୟ ଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତ୍ତର ହେବାରୁ ତାଙ୍କୁ ବୌଦ୍ଧ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ତେବେ କିଏ ଓ କାହିଁକି ଗୁଳି ମାରିଛି ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ହୋଇ ପାରିନି। ଘଟଣାରେ କିଶୋର ନଗର ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ଏନେଇ ତଦନ୍ତ ଜାରି ରଖିଛି। ବ୍ୟୁରୋ ରିପୋର୍ଟ



