ଫଚକୁଣ୍ଡଳୀୟ ଗାୟତ୍ରୀ ମହାଯଜ୍ଞ ଓ ବାର୍ଷିକୋତ୍ସବର ପୂର୍ଣାହୁତି
ଢେଙ୍କାନାଳ, ୪/୧: ସ୍ଥାନୀୟ କୈବଲ୍ୟ ବଜାରସ୍ଥିତ ଗାୟତ୍ରୀ ମନ୍ଦିର ପରିସରରେ ଫଟକୁଣ୍ଡଳୀୟ ଗାୟତ୍ରୀ ମହାଯଜ୍ଞ ଓବାର୍ଷିକୋତ୍ସବର ଆଜି ପୂର୍ଣାହୁତି ଅନୁଷ୍ଠିତ ହୋଇଯାଇଅଛି । ପ୍ରାତଃରୁ ସୂର୍ଯ୍ୟ ପୂଜା, କଳସପୂଜା, ଗାୟତ୍ରୀଦେବୀଙ୍କ ଷୋଡଶ ଉପଚାର ପୂଜା ସହିତ ବିଭିନ୍ନ ଭୋଗ ଲାଗି କରାଯାଇଥିଲା । ପରେ ଯଜ୍ଞ କରାଯାଇ ପୂର୍ଣାହୁତି ଅନୁଷ୍ଠିତ ହୋଇଥିଲା । ଏହି ପୂର୍ଣାହୁତି ସମୟରେ ଆଖପାଖ ଅଂଚଳର ବହୁ ଭକ୍ତ ଉପସ୍ଥିତ ରହି ଗାୟତ୍ରୀ ଦେବୀଙ୍କ ଆଶିଷ ଲାଭ କରିବା ସହ ପ୍ରସାଦସେବନ କରିଥିଲେ । ଯଜ୍ଞ ପରିଚାଳକ ହିମାଂଶୁ ମିଶ୍ର, ବସନ୍ତ ମଞ୍ଜରୀ ମିଶ୍ର, ପଦ୍ମିନୀ ମିଶ୍ର, ସଭାପତି ଶିବପ୍ରସାଦ ଶତପଥୀ, ଉପସଭାପତି ସନ୍ତୋଷ କୁମାର ଅଗ୍ରୱାଲା, ଆବାହକ ମନୋଜ କୁମାର ଅଗ୍ରୱାଲା, ଗୋପିନାଥ ସାହୁ, କୃଷ୍ଣଚନ୍ଦ୍ର ସାହୁ, ସଂଯୋଜକ ନରହରି ବିହାରୀ ପ୍ରମୁଖ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-1-scaled.jpg)


