ପୂରୀ: ନିଲମ୍ବିତ ହେଲେ ଶ୍ରୀମନ୍ଦିର ସେବାୟତ ବିଶ୍ବନାଥ ଖୁଣ୍ଟିଆ । ଶ୍ରୀମନ୍ଦିର ପରିସରରେ ବିଶୃଙ୍ଖଳା ସହ ଅନ୍ୟ ସେବାୟତଙ୍କୁ ମାର୍ପିଟ୍ ଘଟଣାରେ ଆଜି କାର୍ଯ୍ୟନୁଷ୍ଠାନ ଗ୍ରହଣ କରି କିଛି ଏପରି ନିଷ୍ପତ୍ତି ନେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ମାରପିଟ୍ ଘଟଣାରେ ଶ୍ରୀମନ୍ଦିର ମୁଖ ପଖାଳ ସେବାୟତ ବିଶ୍ବନାଥ ଖୁଣ୍ଟିଆ ନିଲମ୍ବିତ କରିଚନ୍ତି ।
ବିଶ୍ବନାଥ ଖୁଣ୍ଟିଆଙ୍କୁ ୩ ମାସ ପାଇଁ ନିଲମ୍ବନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଆସନ୍ତା ୩ ମାସ ଯାଏଁ ମହାପ୍ରଭୁଙ୍କ ସମସ୍ତ ପ୍ରକାର ସେବାରୁ ନିବୃତ୍ତ ରହିବାକୁ ବିଶ୍ବନାଥଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।ଏଥିସହିତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଆଉ ଥରେ ଏହା ବି ସ୍ପଷ୍ଟ କରିଛନ୍ତି ଯେ, ଶ୍ରୀମନ୍ଦିର ମଧ୍ୟରେ ବିଶୃଙ୍ଖଳାକୁ କଦାପି ବରଦାସ୍ତ କରାଯିବ ନାହିଁ । ଯଦି ଆଗକୁ ଏପରି କୌଣସି ବିଶୃଙ୍ଖଳା ନଜରକୁ ଆସେ ତେବେ କାର୍ଯ୍ୟାନୁଷ୍ଠାନ ଆହୁରି କଡ଼ାକଡି ହେବ ବୋଲି ଚାତାବନୀ ଦେଇଛନ୍ତି ମୁଖ୍ୟ ପ୍ରଶାସକ ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-19.jpg)

