ଅଦିନିଆ ବର୍ଷା କ୍ଷତି: ଚାଷୀଙ୍କୁ ଦିଆଯିବ ୨୯୧ କୋଟି
ଭୂବନେଶ୍ବର: ଅଦିନିଆ ବର୍ଷାରେ ୬ ଲକ୍ଷ ୬୬ ହଜାରରୁ ଊର୍ଦ୍ଧ୍ୱ ଚାଷୀଙ୍କର କ୍ଷତି ହୋଇଛି । ଏଡି କ୍ଷତି ପାଇଁ ସେମାନଙ୍କୁ ମୋଟ ୨୯୧ କୋଟି ଯଙ୍କା ପ୍ରଦାନ କରାଯିବ । ଆଜି ପାଣି ପଞ୍ଚାୟତ ପକ୍ଷ କାର୍ଯ୍ୟକ୍ରମରେ କିଛି ଏମିତି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, କ୍ଷତି ଆକଳନ ଆସିଛି, ଏଥିପାଇଁ ୨୯୧ କୋଟି ଟଙ୍କା ପ୍ରଦାନ କରାଯିବ ।
ତେବେ ଗତ ବର୍ଷ ଡିସେମ୍ବରରେ ତୁହାକୁ ତୁହା ଦୁଇଟି ପର୍ଯ୍ୟାୟରେ ଲଘୁଚାପ ଜନିତ ଅଦିନିଆ ବର୍ଷା ଚାଷୀକୂଳର ଅଣ୍ଟା ଭାଙ୍ଗି ଯାଇଛି । ଯାହାକୁ ନେଇ ଏବେ ଚାଷୀଭାଇ ସରକାରଙ୍କ ସହାୟତାକୁ ଅନେଇ ଥିବା ବେଳେ ଏହି ନିକଟରେ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ବିଭିନ୍ନ ଜିଲ୍ଲା ଓ ଅଞ୍ଚଳ ଗସ୍ତି କରି ସେଠିକା ଚାଷୀ ଓ କ୍ଷେତ ବୁଲିଦେଖିଥିଲେ । ଏଥିସହିତ ଅଦିନିଆ ବର୍ଷାର କ୍ଷୟକ୍ଷତି ଆକଳନ କରିଥିଲେ । ଏହାକୁ ନେଇ ଚାଷୀଙ୍କୁ କ୍ଷୟକ୍ଷତି ପ୍ରଦାନ କରାଯିବ ବୋଲି ମନ୍ତବ୍ୟ ରଖିଥିଲେ ।ଏହାକୁ ନେଇ ଆଜି ମୁଖ୍ୟମନ୍ତ୍ରୀ କହିଛନ୍ତି, ଅଦିନିଆ ବର୍ଷାରେ ୬ ଲକ୍ଷ ୬୬ ହଜାର ୭ଶହ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି । ଏଥିସହିତ୨ ଲକ୍ଷ ୯୧ ହଜାର ହେକ୍ଟର ଫସଲ କ୍ଷତି ହୋଇଛି । ଏହାକୁ ନେଇ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କୁ ୨୯୧ କୋଟି ସହାୟତା ମିଳିବ । ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି, ଚାଷୀ ନିଶ୍ଚିତ କ୍ଷତିପୂରଣ ପାଇବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-19.jpg)

