ମହାବୀର ସରକାରୀ ଉଚ୍ଚବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ପକ୍ଷରୁ ସୁବର୍ଣ୍ଣ ଜୟନ୍ତୀ ସମାରୋହ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ
ଯାଜପୁର __ ଯାଜପୁର ଜିଲ୍ଲା କପାସି ଠାରେ ଅବସ୍ଥିତ ମହାବୀର ସରକାରୀ ଉଚ୍ଚବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ପକ୍ଷରୁ ସୁବର୍ଣ୍ଣ ଜୟନ୍ତୀ ସମାରୋହ ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ କରାଯାଇ ଅଛି।ଏହି ସମାରୋହ ତିନିଦିନ ଧରି ଅନୁଷ୍ଠିତ ହୋଇଥିଲା ଶେଷ ଦିନରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଶେଷ କରି ଏକ ପରିବାରରେ ବାପା,ଝିଅ ଓ ସ୍ତ୍ରୀ ମିଶି ରକ୍ତଦାନ କରିବା ଏକ ନିଆରା ପରିବେଶ ସୃଷ୍ଟି କରିଥିଲା। କମିଟିର ସମସ୍ତ ସଭ୍ୟ ମାନେ ସହଯୋଗ କରିଥିଲେ। କମିଟିର ସଭାପତି ପରିକ୍ଷିତ ସେଠୀ, ସମ୍ପାଦକ ଶରତ ଚନ୍ଦ୍ର ପରିଡ଼ା ଓ ପ୍ରଧାନଶିକ୍ଷକ ହୃଦାନନ୍ଦ ଦାସ ଏବଂ ବରୁଣେଶ୍ଵର ମହାବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧ୍ୟାପକ ପ୍ରସନ୍ନ ରାଉତ ପ୍ରମୁଖ ଯୋଗଦେଇ ଥିଲେ।ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-1-scaled.jpg)


