
ଘନ କୁହୁଡିର ଚାଦର ରେ ଆଚ୍ଛାଦିତ ବଡ଼ବିଲ ସହର।କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ଓ ଏହାର ଆଖପାଖ ଅଞ୍ଚଳରେ ଆଜି ସକାଳୁ ସକାଳୁ ଘନ କୁହୁଡି ସାଙ୍ଗକୁ ସକାଳର ଶୀତ ଲହରୀ ଅଞ୍ଚଳ ବାସିନ୍ଦା ମାନଙ୍କୁ ବେଶ ପ୍ରଭାବିତ କରିଥିବା ଦେଖିବାକୁ ମିଳିଥିଲା ଏବଂ ଘନ କୁହୁଡି ଯୋଗୁ ଗାଡିଘୋଡା ଚଳାଚଳ ଉପରେ ମଧ୍ୟ ପ୍ରଭାବ ପଡିଛି, ଏହି କୁହୁଡି ଯୋଗୁ ରାସ୍ତା ସଠିକ୍ ଭାବେ ଦେଖାଯାଉନଥିବା ବେଳେ ଟିକେ ଅସାବଧାନତା ହେଲେ ଦୁର୍ଘଟଣା ଘଟିବାର ବହୁ ସମ୍ଭାବନା ରହିଛି, ଯାହାପାଇଁ ଗାଡ଼ି ଚାଳକଙ୍କୁ ବେଶ୍ ସାବଧାନତା ଅବଲମ୍ବନ କରିବାକୁ ହୁଏ। ଅଞ୍ଚଳ ବାସିନ୍ଦା ମାନେ ମଧ୍ୟ ନିଆଁ ଜାଳି ତା ପାଖରେ ବସି ଏହି ସକାଳୁଆ ଶୀତ ଓ ଘନ କୁହୁଡି ର ନେଉଥିବା ଦେଖିବାକୁ ମିଳିଛି।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



