କଳାହାଣ୍ଡି ଉତ୍ସବ ଧୁମ ଧାମ ରେ ପାଳିତ ହୋଇଯାଇଛି..। ଜୁନାଗଡ଼ ବ୍ଲକ ରେ ଆଜି କଳାହାଣ୍ଡି ଉତ୍ସବ ଅନୁଷ୍ଠିତ ହୋଇଯାଇଛି, ପୁରାତନ ଗଡ, ଛକୋଡ଼ି ବନ୍ଦ, ନକୋଡ଼ି ତୋଟା ର ଗଡ, ମା ଲଙ୍କେଶ୍ବରୀ ର ଗଡ ଆଜି କଳାହାଣ୍ଡି ଉତ୍ସବ ଘୁମୁରା, ୨୦୨୫ କୁରୁଗୁଡା ସରକାରୀ ଏସ ଏସ ଟି ଉଚବିଦ୍ୟାଲୟ ର ଖେଳ ପଡିଆ ରେ, ଗୋଟିଏ ଦିନ ପାଳନକରାଯାଇଛି, ଏହି ଉତ୍ସବ ରମୁଖ୍ୟ ଅତିଥି କଳାହାଣ୍ଡି ସାଂସଦ ଶ୍ରୀମତି ମାଳବିକା ଦେଓ, ସମ୍ମାନନୀୟ ଅତିଥି ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଉପସ୍ଥିତ ରହିଥିବାବେଳେ ଜୁନାଗଡ଼ ବି ଡି ଓ ଦେବାଶିଷ କର, କଳାହାଣ୍ଡି ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଶ୍ରୀମତି ସୁଧୀରl ମେହେର, ବ୍ଲକ ଅଧ୍ୟକ୍ଷା ଶ୍ରୀମତି ସବିତା ମେହେର, ବ୍ଲକ ଉପାଧ୍ୟକ୍ଷ ପ୍ରମୋଦ ବେହେରା, ଉପସ୍ଥିତି ରହିଥିବାବେଳେ, କର୍ତ୍ତବ୍ୟ ଅନୁଷ୍ଠାନ ଅଧ୍ୟକ୍ଷ ଶ୍ରୀ ଆଶୋକ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ, ପ୍ରତେକ ପଂଚାୟତ ସରପଞ୍ଚ, ସମିତି ସଭ୍ୟ ସଭ୍ୟା, ଓ ଜିଲ୍ଲା ପରିଷଦ ମାନେ ଉପସ୍ଥିତ ରହିଥିଲେ ,କଳାହାଣ୍ଡି ଉତ୍ସବ ରେ ବ୍ଲକ ଓ ପ୍ରତେକପଂଚାୟତ ର ସହଯୋଗ ରେ ସୁନ୍ଦର ଭାବରେ ଉତ୍ସବ ପାଳନ ହୋଇଯାଇଛି,ଛାତ୍ର ଛାତ୍ରୀ ଙ୍କ ସାଂସ୍କୃତିକ ମନୋରଞ୍ଜନ କାର୍ଯକ୍ରମ ଲୋକଙ୍କୁ ଉତ୍ସାହିତ କରିଥିଲା ଓ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା, ଜୁନାଗଡ଼ ରୁ ବାଲେଶ୍ଵର ସୁନାନୀ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ

August 3, 2026/
No Comments


